ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ସିହା ପଂଚାୟତ ର କୋଲାଶିଂ ଖରମଙ୍ଗୀ ଗ୍ରାମ ଏବେ ଉତ୍ସବ ମୁଖର | ଏଠାରେ ଦୁଇଟି ପୂଜା କମିଟି ର ଦୁଇଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଜଗତ ଜନନୀ ଦଶଭୁଜା | ନିରାଡମ୍ବର ଭାବେ ହେଉଛି ମାଆଙ୍କ ପୂଜା | ପ୍ରାୟ ଦେଢ ଶହ ବର୍ଷର ଏହି ଅନୁଷ୍ଠାନ | ପ୍ରତ୍ୟେକ ବର୍ଷ ଦୁର୍ଗାପୂଜା ଅବସରରେ ଗ୍ରାମର ଯୁବକ ମାନେ ଏକାଠି ହୋଇ ଏହି ପୂଜାନୁଷ୍ଠାନ କରିଥାନ୍ତି | ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ମଧ୍ୟ ହୁଏ | କିନ୍ତୁ ଏ ବର୍ଷକୁ ମିଶେଇ ଦୁଇ ବର୍ଷ ହେବ, କରୋନା କଟକଣା ପାଇଁ ପୂଜା ଫିକା ଫିକା ଲାଗୁଛି | ନା ଆଗ ଭଳି ଦୋକାନ ବଜାର ପଡୁଛି, ନା ବିଶେଷ ସାଜସଜ୍ଜା ହେଉଛି | କେବଳ ମାଙ୍କ ପୂଜାବିଧି ହିଁ ହେଉଛି | କାହିଁ କେତେ କାଳରୁ ପୁରୁଷ ପୁରୁଷ ଧରି ଚାଲିଛି ମାଙ୍କ ପୁଜା | ଏହି ଗାଁ ଦୁଇଟିରେ ଭାଇଚାରା ର ଝଲକ ମଧ୍ୟ ବାରିହୁଏ ପାର୍ବଣ ଋତୁରେ | କମିଟିର କର୍ମକର୍ତ୍ତା ଓ ଗ୍ରାମ ର ସମସ୍ତ ଲୋକ ମାଙ୍କ ପୂଜାରେ ଯଥା ବିଧି ସହଯୋଗ କରିଥାନ୍ତି | ଏ ବର୍ଷ କରୋନା କଟକଣା ପୂର୍ବ ଭଳି ରହି ଥିବାରୁ ଗତବର୍ଷ ପରି ପୁଜା ଫିକା ଫିକା ଲାଗୁଛି |
ରାଜ୍ୟ
ମଣ୍ଡପରେ ମାଆ ଦଶଭୁଜା ବିରାଜମାନ : ହେଲେ ଉତ୍ସବ ମାହୋଲ ଫିକା ଫିକା
- Hits: 456