ହେଡଲାଇନସ୍:

ନିଦ ଭାଙ୍ଗିଲା : କଳିଙ୍ଗନଗର ଶିଳ୍ପାଂଚଳର ୩ ଅନାଥ ଶିଶୁଙ୍କ ପାଖରେ ପହଁଂଚିଲା ଜିଲ୍ଲା ଶିଶୁ ସୁରକ୍ଷା ସମିତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡୁବୁରୀ :  କଳିଙ୍ଗନଗର ଶିଳ୍ପାଂଚଳ ଦାନଗଦୀ ବ୍ଲକ୍ ଚାନ୍ଦିଆ ପଂଚାୟତ ଅନ୍ତର୍ଗତ ଠାକୁରାସାହି (ଅଙ୍କୁରାପାଳ ) ଗାଁର ୩ ଅନାଥ ଶିଶୁଙ୍କ ଦ୍ୱାରରେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷାକମିଟି ପହଁଚି ୩ ଶିଶୁଙ୍କୁ ଉଦ୍ଧାର କଲା । ବାରମ୍ବାର ଏ ବିଷୟରେ ଖବରକାଗଜରେ ପ୍ରକାଶିତ ହେବାପରେ ଆଜି ପ୍ରଶାସନର କୁମ୍ଭକର୍ଣ୍ଣନିଦ୍ରା ଭାଙ୍ଗିଲା । ବର୍ଷାଧିକ କାଳ ଏକ ଅସୁରକ୍ଷିତ ଘରେ ଜୀବନ ବିତାଉଥିଲେ ମଧ୍ୟ ସଂପୃକ୍ତ ୩ ଶିଶୁ ପୁତ୍ରଙ୍କ ପାଇଁ ଗାଁରେ ଥିବା ଅଙ୍ଗନୱାଡି , ଆଶାଦିଦି , ଗାଁ କଲ୍ୟାଣ ସମିତି , ୱାର୍ଡ ମେମ୍ବର , ସରପଂଚ , ଜିଲ୍ଲା ପ୍ରଶାସନ ନା ଶିଳ୍ପାନୁଷ୍ଠାନ  କେହି ହେଲେ ବି ଦୃଷ୍ଟି ଦେଇନଥିଲେ । ପ୍ରକାଶ ଥାଉକି ସାମୁ ଜାମୁଦାଙ୍କର ୭ଜଣ ସନ୍ତାନ । ସେମାନଙ୍କ ମଧ୍ୟରୁ ୪ ଜଣ ଝିଅ ବିବାହ ପରେ ଅନ୍ୟତ୍ର ରହୁଛନ୍ତି । ସ୍ୱର୍ଗତ ସାମୁଙ୍କର ୩ଟି ପୁତ୍ର ସନ୍ତାନ ସାନ । ସ୍ୱର୍ଗତ ସାମୁଙ୍କ ସାନ ପୁଅ ରବିକୁ ମାତ୍ର ୩ବର୍ଷ । ସାନ ପୁଅ ଜନ୍ମହେବା ପୂର୍ବରୁ ବାପା ସାମୁଙ୍କର ମୃତୁ୍ୟ ଘଟିଥିଲା । ସାନପୁଅ ୨ ବର୍ଷ ହୋଇଥିବା ବେଳେ ତା’ର ମାଆ ଶିପେଇ ଯାମୁଦାଙ୍କର ମୃତୁ୍ୟ ଘଟିଥିଲା । ବଡପୁଅ ଲାଦୁରା ନବେ ୧୧ର୍ବେ ହୋଇଥିବା ବେଳେ ମଝିଆଁ ପୁଅ ପ୍ରକାଶକୁ ୫ ବର୍ଷ । ସ୍ଥାନୀୟ ଅଂଚଳର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ  ଜକାଡୋଳା ହେଲପ୍ ଲାଇନର  ପ୍ରତିଷ୍ଠାତା  ଜୟପ୍ରକାଶ ସାହୁ ( କୁନିଆଁ ) ପ୍ରଥମେ ପହଁଚି ପିଲାଙ୍କ ଖବର ବାରମ୍ବାର ସମ୍ବାଦ ପତ୍ରରେ ଦେବା ସହିତ ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇଙ୍କୁ ପିଲାଙ୍କଘରେ ପହଁଚାଇଥିଲେ । ସମ୍ବାଦ ପତ୍ରରୁ ଦେଖି ଆଜି ଜିଲ୍ଲା ଶିଶୁ ସୁରକ୍ଷା ସମିତି କର୍ମଚାରୀ ୩ ପିଲାଙ୍କୁ ଉଦ୍ଧାରକରି ନେଇଛନ୍ତି । ପିଲାଙ୍କର ଭବିଷ୍ୟତ ଆଲୋକିତ ହେଉବୋଲି ଅଂଚଳବାସୀ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରଥନା କରୁଛନ୍ତି  ।

0
0
0
s2sdefault