ହେଡଲାଇନସ୍:

ଜାତୀୟ କ୍ରୀଡା ଦିବସ ଓ ହକି ଯାଦୁକର ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜାତୀୟ କ୍ରୀଡା ଦିବସ ଓ ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ କାର୍ଯ୍ୟକ୍ରମ , ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇଯାଇଛି ।
ଏହି ଅବସରରେ କ୍ରୀଡା ଓ ଯୁବସେବା ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାକ୍ରୀଡା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ଯୋଗ ଦେଇଥିଲେ ।
ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ତ୍ରିପାଠୀ କ୍ରୀଡା ଦିବସ ପାଳନର ତାତ୍ପର୍ଯ୍ୟ ଓ ହକି ଯଦୁକର ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କ କ୍ରୀଡା ଜୀବନ ଉପରେ ଆଲୋଚନା କରି ମେଜର ଧ୍ୟାନଚାନ୍ଦ କିଭଳି ତାଙ୍କ ହକିବାଡିକୁ ଯାଦୁକରି ଭାବେ ଖେଳାଇ ବିପକ୍ଷ ଦଳ ଗୁଡିକ ବିରୋଧରେ ୪୦୦ରୁ ଉର୍ଦ୍ଧ୍ବ ଗୋଲ ଦେବାରେ ଏବଂ ୧୯୨୮ , ୧୯୩୨ ଓ ୧୯୩୬ ମସିହାରେ ଭାରତକୁ ଅଲିମ୍ପିକ ଖେଳରେ ହକି ବିଜେତା କରାଇ ଥିଲେ , ସେ ସମ୍ପର୍କରେ କହିଥିଲେ।
ଅନ୍ୟପକ୍ଷରେ , କ୍ରୀଡା ସମସ୍ତଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ହେବା ଆବଶ୍ୟକ । ପ୍ରତ୍ୟେକ ଖେଳାଳି ନିଜର ସମସ୍ତ ସାମର୍ଥ୍ୟ ଖଟାଇ ଦୃଢ଼ ମନୋଶଲ , ଅଧ୍ୟବସାୟ , କଠିନ ପରିଶ୍ରମ , ନିୟମିତ ଅଭ୍ୟାସ ଓ କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଦେଖାଇ ଦେଶ ପାଇଁ ଗୌରବ ଆଣିବାର ମନୋଭାବ ରଖି ପ୍ରତିଯୋଗିତାରେ ଭାଗନେବା ଉଚିତ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବହୁ କ୍ରୀଡ଼ାପ୍ରେମୀ ଓ ଶାରୀରିକ ଶିକ୍ଷକ ମାନେ ଯୋଗ ଦେଇ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସେହିଭଳି ବେତାଗୁଡା ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଭାଗୃହ ଠାରେ କ୍ରୀଡା ଓ ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କ ଦ୍ୱାରା ଜାତୀୟ କ୍ରୀଡା ଦିବସ ଓ ହକି ଯାଦୁକର ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ପାଳିତ ହୋଇଥିଲା ।
ପ୍ରଥମେ ସ୍ବର୍ଗତ ମେଜର ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଓ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟାଳୟର ବରିଷ୍ଠ ଅଡିଟର ଶ୍ରୀ ଇସାନ ଚାନ୍ଦ ଓଁକାର ଯୋଗଦେଇ କ୍ରୀଡା ମନୁଷ୍ୟକୁ ଖେଳୁଆଡ଼ ମନୋଭାବ ସହ ଅନେକ କିଛି ଶିଖାଇ ଥାଏ । ଯେ କୌଣସି କ୍ଷେତ୍ରରେ ସଫଳତା ଆଣିବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା , ନିଷ୍ଠା ଓ ଦୃଢ଼ ମନୋବଳ ରହିବା ଆବଶ୍ୟକ ।
କଳାତ୍ମକ ହକିର ଯାଦୁକର ଭାବେ ସୁନାମ ଅର୍ଜନ କରିଥିବା ଏହି ଅସାଧାରଣ ପ୍ରତିଭାଧାରୀ ମେଜର ଧ୍ୟାନଚାନ୍ଦ , ଭାରତୀୟ ହକିକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ସେହିଭଳି ଏକ ମହାନ ବ୍ୟକ୍ତିତ୍ୱ ବିଶ୍ୱ କ୍ରୀଡା ଜଗତରେ ବିରଳ । ନବପୀଢ଼ିଙ୍କ ପାଇଁ ଗଢିବା ଦିଗରେ ଶିକ୍ଷାଭଳି କ୍ରୀଡାର ମଧ୍ୟ ବିଶେଷ ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବହୁ କର୍ମଚାରୀ ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କ୍ରୀଡା ଓ ଶାରୀରିକ ଶିକ୍ଷା ଶିକ୍ଷକ ମାନେ ଯୋଗ ଦେଇଥିଲେ ।

0
0
0
s2sdefault