ହେଡଲାଇନସ୍:

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମାରୱାଡି ଯୁବ ମଂଚ ତରଫରୁ ସାଇକେଲ ରାଲି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡ (ସରୋଜ ସାହୁ) : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମାରୱାଡି ଯୁବ ମଂଚ ତରଫରୁ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା ସବୁଜ ପତାକା ଦେଖାଇ ଉକ୍ତ ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ । ମା ମଝିଘରିଆଣୀ ମନ୍ଦିର ନିକଟରୁ ରାଲି ଆରମ୍ଭ ହୋଇ ଦକ୍ଷିଣ କାଳୀ ମନ୍ଦିର ଯାଏଁ ହୋଇଥିଲେ । ସେଠାରେ କିଛି ସମୟ ବିରତି ପରେ ପୁଣି ଥରେ ରାଲି ଆରମ୍ଭ ହୋଇ ମା ମଝିଘରିଆଣୀ ମନ୍ଦିର ନିକଟରେ ଶେଷ ହୋଇଥିଲା । ବିଭିନ୍ନ ପ୍ଲାକାର୍ଡ ସାଇକେଲରେ ଲଗାଇ ପ୍ରତିଯୋଗୀ ମାନେ ପରିବେଶ ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ସାଇକେଲ ଚଲାଇବା ପାଇଁ ଆହ୍ୱାନ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, କ୍ରୀଡା ଅଧିକାରୀ ଶ୍ରୀ ଶେଖ୍ ଅଲିନୂର, ମାଣିକଚନ୍ଦ ଜୈନ, ଅଶୋକ ଜୈନ, ହନୁମାନ ଜୈନ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାୟଗଡା ଶାଖା ସଭାପତି ଅଜିତ୍ ଜୈନ, ସଂପାଦକ ଉଜ୍ୱଳ ଜୈନ, ଆବାହକ କମଲ ମାଟାନିଆ, ଶୈଳେଶ ଜୈନ, ରାଜେନ୍ଦ୍ର ବଂଶଲ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault