ବରତୁଣ୍ଡା ପଞ୍ଚାୟତରେ ଦୁର୍ନୀତିର ଗନ୍ଧ ଭଣଭଣ : ନାକ ବୋଧେ ଚୁଣ୍ଟି ହୋଇଯାଇଛି, ଗନ୍ଧ ବାରି ପାରୁନି ପ୍ରଶାସନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମପଞ୍ଚାୟତରେ ଦୁର୍ନୀତି ଜଳଜଳ ହୋଇ ଦିଶୁଛି।ହେଲେ ପ୍ରଶାସନ ଘୋର ନିଦ୍ରାରେ। ଫଲକ ତିଆରି ହୋଇଛି ଯେଉଁଠି, ସେଇଠି କାମ ନାହିଁ ।ପୁରା ଜାତକ ଟାକୁ ବଦଳାଇ ଦିଆଯାଇଛି | ଗୋଟିଏ ଜାଗାର ନାମକୁ ଅନ୍ୟ ଅନ୍ୟଜାଗାର ନାମ ଦେଇ କେବଳ ଫଲକ ଠିଆ କରି ଦର୍ଶାଇ ଦିଆଯାଇଛି | ହେଲେ ସେ ଜାଗାରେ ହେଲେ ସେଇ କାମ ନାହିଁ। ସେଠାରୁ ଦୁଇ କିଲୋମିଟର ଦୂରରେ ସେ ସ୍ଥାନଟି ଅଛି । ହେଲେ କାମନାହିଁ, କିନ୍ତୁ କାଗଜ ପତ୍ରରେ କାମସରିଛି ମାର୍ଚ ମାସରେ | ହେଲେ ଲୋକେ କାମ କାହିଁ ବୋଲି ଖୋଜିଲା ବେଳେ ବାଧ୍ୟ ହୋଇ ଦୁଇଦିନ ହେବ କାମ ଆରମ୍ଭ ଚାଲିଛି। କରିତକରର୍ମା ସର୍ବଶକ୍ତିମାନ ସାହୁବାବୁ ଜେଇଙ୍କୁ ପଚାରିବାରୁ କହୁଛନ୍ତି ତମେସବୁ କାହିଁକି କାମପଛରେ ପଡିଛ ? କିଏ କାମ କଲା କିଏ ନ କଲା ତମର କଣ ଗଲା। ମୋ ଜାଣତରେ ସବୁ କାମ ହେଉଛି ନ କଲେବି ଚଲିବ। ବିଡିଓ ଙ୍କୁ ପଚାରିଲେ ସେ ଅସହାୟ ହୋଇଯାଆନ୍ତି। ପୁରାପୁରି କାମନକରି ପୁରା ଚଳୁ କରିଦେଇ ଭାଗବଣ୍ଟା ସରିଯାଇଛି କି ବୋଲି ଲୋକ ପ୍ରଶ୍ନ କରିଛନ୍ତି
କାମଗୁଡିକ ମଧ୍ୟରେ ମତିପାଲିର ସୁନାବନ୍ଦ ଟିକିଏ କାମ ହେଲେ ଟଙ୍କା ୪ଲକ୍ଷ୭୫ହଜାର ସରିଗଲାଣି।କେନାଲକାମ ଗୋଠାନୀ ରୁ ମାଗୁରମୁଡା ଖପୁରିଡିହି ର ଫଲକ ଅଛି ପୁରେନା ରେ।ବସ୍ତ୍ରେନମାଲ ରୁ ହରିଜନପଡା ପୁରେନା ଓ ଜାମଖାଏରରୁ ବଡଖାଦର୍ହା ର କାମକୁ ଦୁଇ ପଟରେ ଦୁଇ ଫଲକ ଲଗେଇ ଦିଆଯାଇଛି | କାମବି ପୁରା ନିମ୍ନମାନର ହୋଇଛି। ବରତୁଣ୍ଡା ପଞ୍ଚାୟତର ଚାଷିମାନେ ଶାସନପ୍ରଶାସନ କୁ ବାରମ୍ୱାର ଜଣାଇ ଚାଲିଛନ୍ତି | ତାର ଫଲ ସ୍ୱରୂପ ଗତ ଦୁଇଦିନ ହେବ ଦିନରାତି କରି ମାର୍ଚ ମାସରେ କାଗଜପତ୍ରରେ ଶେଷ ହୋଇଥିବା କାମକୁ ଏଣୁତେଣୁ ପ୍ରକାରେଣ ନିମ୍ନମାନର କାମ କରିଚାଲିଛନ୍ତି। ତାହାବି ତଦନ୍ତ ସାପେକ୍ଷ। ଯେଉଁ ସ୍ଥାନରେ କେନାଲ କାମଗୁଡିକ ହେଉଛି ତାହାତ ଏମଆଇ ବିଭାଗର କାମ ହେବା କଥା | ଚାଷୀ ଜଳକର ଦେଉଛନ୍ତି ଓ ଏମଆଇ ବିଭାଗ ଆଗରୁ କେନାଲ କାମ କରିଛି। ପଞ୍ଚାୟତର ଏତେ ଟଙ୍କାର କାମ ଅନ୍ୟ ଠାରେ ହେବା କଥା | ଏମଆଇ ବିଭାଗ କିପରି ଅନୁମତି ଦେଲା ଏହାବି ତଦନ୍ତ ସାପେକ୍ଷ। ଏପରି ଦୁର୍ନିତି ର ଗନ୍ତାଘର ପାଲଟିଥିବା ବରତୁଣ୍ଡା ପଞ୍ଚାୟତର ଚାଷିମାନେ ଲଗାତାର ମରୁଡିର ସାମନାକରୁଥିବାବେଲେ ପ୍ରଶାସନ ଏପରି ଖାମଖିଆଲି ପାଇଁ ଆସନ୍ତା ସାତ ଦିନ ମଧ୍ୟରେ ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଟାନ ଗ୍ରହଣ ନ କଲେ ପଞ୍ଚାୟତରେ ତାଲାବନ୍ଦ ଆନ୍ଦୋଳନ କରାଯିବାର ପ୍ରଶାସନକୁ ଲିଖିତ ଜଣାଇଛନ୍ତି । ଏ ପ୍ରସଙ୍ଗ ଚାଷୀ ମାନଙ୍କ ସମସ୍ୟା ଉପରେ ଜଡିତ ଥିବାରୁ ଆଞ୍ଚଳିକ କୃଷକ ମହାସଂଘ ମାଣ୍ଡୋସିଲକୁ ସହଯୋଗ ପାଇଁ ଜଣାଇବା ପରେ ମହାସଂଘ ତରଫରୁ ମଧ୍ୟ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଶାସନପ୍ରଶାସନ କୁ ଜଣାଇଦିଆଯାଇଛି।

0
0
0
s2sdefault