ହେଡଲାଇନସ୍:

ଆରଣ୍ୟକ ପରିବାର ତରଫରୁ ବନ୍ଧୁ ମିଳନ ଓ କବିତା ଆସର ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ସ୍ଥାନୀୟ ଗନ୍ଧମାର୍ଦ୍ଧନ ପର୍ବତ ପାଦ ଦେଶରେ ମନଭଙ୍ଗ ଜଳଭଣ୍ଡାର କୂଳରେ ଆରଣ୍ୟକ ପରିବାର ର ବର୍ଷା କାଳୀନ ଗପ ଆସର ଅନୁଷ୍ଠିତ ହୋଇ ଯାଇଛି ।
ଆରଣ୍ୟକ ପରିବାର ଦ୍ଵାରା ଆୟୋଜିତ ଓ ନୃସିଂହନାଥ କଳା ପରିଷଦ, ପାଇକମାଳ ଦ୍ବାରା ପରିଚାଳିତ ବର୍ଷା ଆସର ଆଜି ମନଭଙ୍ଗ ଜଳଭଣ୍ଡାର କୂଳରେ ଅନୁଷ୍ଠିତ ହୋଇଛି । ଏଥରେ ଏଥିରେ ସାରା ଓଡ଼ିଶାର ବିଭିନ୍ନ ଅଂଚଳରୁ ୬୦ ରୁ ଉର୍ଦ୍ଧ ସାହିତ୍ୟ ପ୍ରେମୀ ଯୋଗଦେଇଥିଲେ । ବର୍ଷା ଆସରଟି ସ୍ଵତନ୍ତ୍ର ଥିବା ଯୋଗୁଁ ସେଥିରେ ଅନେକ କବି/ କବୟିତ୍ରୀ "ଛମ୍ ଛମା ଛମ ବର୍ଷା " ଥିମ୍ ଥିବା କ୍ଷୁଦ୍ର କବିତା ପାଠ କରିଥିଲେ ଓ ପରେ ପରେ ଗଳ୍ପର ଆସର ଜମିଥିଲା । ୫୦ ରୁ ଉର୍ଦ୍ଧ କବିତା ଆଉ ଗଳ୍ପ ସାହିତ୍ୟ ପଠନ, ଶ୍ରବଣ ସହ ଆଲୋଚନା ହୋଇଥିଲା । ସ୍ଥାନୀୟ ମାଣ୍ଡିଆ ଭିଲା ରେ ଶୁଦ୍ଧ ଶାକାହାରୀ ଓ ପରିବେଶ ଉପଯୋଗୀ ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା ହେବା ସହ ସମସ୍ତ ଅତିଥି ଙ୍କୁ ଆପ୍ୟାୟିତ କରାଯାଇଥିଲା ।

ଜୟନ୍ତୀ ଯୁବକ ସଂଘ , ବାବେବିରା ତରଫରୁ ସମସ୍ତ ଆରଣ୍ୟକ ସଦସ୍ୟଙ୍କୁ ଉପହାର ଦେବା ସହ ଅନୁଷ୍ଠାନ ତରଫରୁ ଆରଣ୍ୟକ ପରିବାର କୁ ତଥା ଅନେକ ଉଦ୍ ଯୋଗୀ ବ୍ୟକ୍ତିଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ସଭାରେ ବହୁତ୍ ପ୍ରସିଦ୍ଧ କବି ଲେଖକ ଓ ସାହିତ୍ୟିକ ଉପସ୍ଥିତ ଥିବା ବେଳେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ଲେଖକ ଶ୍ରୀ ମନୋରଞ୍ଜନ ସାହୁ ( ମନ ମାଷ୍ଟ୍ରେ ) ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇଥିଲେ । ପରବର୍ତ୍ତୀ ଦିନ ମାନଙ୍କରେ ଗଳ୍ପ ସାହିତ୍ୟ କୁ ଆହୁରି ଦୃଢୀଭୂତ କରିବାର ଚେଷ୍ଟା ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମାନଙ୍କ ଦ୍ଵାରା ସାମୁହିକ ମତ ପୋଷଣ କରାଯାଇଥିଲା ।
ପ୍ରକାଶ ଥାଉକି , ଆରଣ୍ୟକ ପରିବାର ବିଗତ ଦୁଇବର୍ଷ ଧରି ଓଡ଼ିଶା ର ବିଭିନ୍ନ ଜାଗାରେ ଗପ ଆସର କରିବା ସହ , ଅନଲାଇନ୍ ଗପ ଆସର ମଧ୍ୟ ଅନୁଷ୍ଠିତ କରିଥାଏ । ଆଜି ଯାଏଁ ଆରଣ୍ୟକ ୧୦୦ ରୁ ଉର୍ଦ୍ଧ ଗପ ଆସର କରିସାରିଥିବା ବେଳେ, ବିଭିନ୍ନ ଭାଷାର ୪୦୦ ରୁ ଉର୍ଦ୍ଧ ଗପ ଆସର ମାନଙ୍କରେ ପଠିତ ହୋଇସାରିଛି ।

0
0
0
s2sdefault