ହେଡଲାଇନସ୍:

କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା କ୍ୟାଡର ମାଓବାଦୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲାର ଜଣେ ମହିଳା କ୍ୟାଡର ମାଓବାଦୀ କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି I ମହିଳା ମାଓବାଦୀ ଜଣକ ହେଲେ କାନ୍ତି ମଲିକ I ଅନେକ ମାଓ କାର୍ଯ୍ୟକଳାପରେ ସେ ଦୀର୍ଘ ଦିନ ଧରି ସଂପୃକ୍ତ ଥିଲେ I ସୂଚନାନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିକିଆ ପଞ୍ଚାୟତର ଗାଙ୍ଗରଙ୍ଗା ଗ୍ରାମରେ କାନ୍ତିଙ୍କ ଘର I ରାଜ୍ୟ ସରକାରଙ୍କର ଉନ୍ନୟନ୍ନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ କାନ୍ତି ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କହିଛନ୍ତି I ଏହା ସହ ଜଙ୍ଗଲରେ ସିନିୟର ମାଓନେତାଙ୍କ ବ୍ୟବହାରକୁ ନାପସନ୍ଦ କରିବା ସହ ଅତିଷ୍ଟ ହୋଇପଡିଥିଲେ କାନ୍ତି I ସେହିପରି ନିୟମିତ ଭାବେ ପୁଲିସର ଆଣ୍ଟି ନକ୍ସଲ ଅପରେସନ ଜୋରଦାର ହେଉଥିବା କାରଣରୁ କେତେକାଂଶରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିବା ବିଷୟ କନ୍ଧମାଳ ପୋଲିସ ଏସ.ପି ଭିନିତ ଅଗ୍ରୱାଲ କହିଛନ୍ତି I ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ପ୍ୟାକେଜର ସୁଯୋଗ ନେବା ପାଇଁ ମଧ୍ୟ ଏସ.ପି ପରାମର୍ଶ ଦେଇଛନ୍ତି I ଆତ୍ମସମର୍ପଣ ପରେ କାନ୍ତି ନିଜ ମନ୍ତବ୍ୟରେ କହିଛନ୍ତି ଯେ, ସେ ସ୍କୁଲରେ ପଢ଼ୁଥିବା ସମୟରେ ମାଓବାଦୀମାନେ ତାଙ୍କୁ କ୍ରାନ୍ତି ଓ ଦେଶସେବା ନାଁରେ ଡାକିନେଇ ନକ୍ସଲ ସଂଗଠନରେ ସାମିଲ କରାଇଥିଲେ I କିନ୍ତୁ ପ୍ରକୃତ ପକ୍ଷେ ନକ୍ସଲମାନେ ଆନ୍ଦୋଳନ ନାମରେ ବିକାଶକୁ ବିରୋଧ କରୁଥିବା ଓ ଅଯଥାରେ ନୀରିହମାନଙ୍କୁ ହତ୍ୟା କରୁଥିବା ସେ ତାଙ୍କ ଅଭିଜ୍ଞତାରୁ ଅନୁଭବ କରିଥିବା ବିଷୟ ପ୍ରକାଶ କରିଛନ୍ତି I ଫଳରେ ନକ୍ସଲ ଆନ୍ଦୋଳନ ପ୍ରତି ବୀତସ୍ପୃହ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛନ୍ତି I

0
0
0
s2sdefault