ହେଡଲାଇନସ୍:

ଦୀପାଙ୍କ ପ୍ରୟାସରେ ଉଦ୍ଧାର ହେଲେ ତେଲେଙ୍ଗାନାରେ ବନ୍ଧକ ଥିବା ନାବାଳକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ -ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ସୁଶ୍ରୀ ଦୀପା ବାରିକ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶାରେ ଚୀର ପରିଚିତ ହୋଇପାରିଛନ୍ତି | ତାଙ୍କ ପ୍ରୟାସ ଦ୍ୱାରା ତେଲେଙ୍ଗାନାରେ ଇଟାଭାଟି ମାଲିକଙ୍କ କବ୍ଜାରେ ବନ୍ଧକ ରହିଥିବା ଏକ ନାବାଳକ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି | ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ପଞ୍ଚାୟତ ଡେଡେଙ୍ଗା ଗାଁର ଜାମିନୀ ହରିଜନ ଓ ଜଗା ହରିଜନ ତାଙ୍କ ୨ ବର୍ଷର ଶିଶୁପୁତ୍ର ସହ ଗତ ଜାନୁୟାରୀ ମାସରେ ତେଲେଙ୍ଗାନା ରାଜ୍ୟର ନାଳଗୋଣ୍ଡା ଅଞ୍ଚଳକୁ ଇଟାଭାଟି ରେ କାମ କରିବା ପାଇଁ ଯାଇଥିଲେ| ତାଙ୍କ ସହିତ ଛୋଟ ଶିଶୁକୁ ଦେଖାଶୁଣା କରିବା ପାଇଁ ଜାମିନୀଙ୍କ ସାନଭାଇ ବଲ୍ଲଭ ହରିଜନ (୧୪) କୁ ସାଙ୍ଗରେ ନେଇଥିଲେ | ହେଲେ ଭାଟି ମାଲିକ ନିର୍ଯାତନା ଦେବାରୁ ଗତ ଏକମାସ ପୂର୍ବରୁ ବଲ୍ଲଭକୁ ଛାଡି ତାର ଭଉଣୀ ଆଉ ଭିଣୋଇ ଲୁଚି ଚାଲି ଆସିଥିଲେ | ବଲ୍ଲଭଙ୍କୁ ଭାଟିମାଲିକ ଅନ୍ୟ କାମରେ ଲଗେଇ ରଖିଥିଲା | ଯାହାଦ୍ୱାରା ସେ ଓଡ଼ିଶା ଫେରିପାରିଲା ନାହିଁ | ଅନ୍ୟ ପକ୍ଷରେ ଜାଗା ଓ ଜାମିନୀଙ୍କ ଅଭିଯୋଗ ଅନୁଯାୟୀ ଭାଟିମାଲିକ ବଲ୍ଲଭକୁ ୨ଲକ୍ଷ ଟଙ୍କାରେ ବନ୍ଧକ ରଖିଛନ୍ତି ବୋଲି ଅଭିଯୋଗ କରିଥିଲେ | ଏହି ଖବର ବିଭିନ୍ନ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ସମୟରେ ଦୀପା ବାରିକଙ୍କ ନଜରକୁ ଆସିଥିଲା | ସେ ଏହି ଘଟଣାର ତଥ୍ୟ ସଂଗ୍ରହ କରି ତେଲେଙ୍ଗାନା ରାଜ୍ୟ ସରକାର,ଓଡ଼ିଶା ସରକାର ତଥା ଉଭୟ ରାଜ୍ୟ ଶ୍ରମ ବିଭାଗ ଏବଂ ପୋଲିସକୁ ଟ୍ୱିଟର ମାଧ୍ୟମରେ ଜଣେଇଥିଲେ | ଏହାପରେ ତେଲେଙ୍ଗାନା ପୋଲିସ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା | ରଚକୋଣ୍ଡା ପୋଲିସ ଦୀପା ବାରିକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ଏବଂ ତାହା ନାଳଗୋଣ୍ଡା ପୋଲିସ ଅଧୀନରେ ଆସୁଥିବା କହି ସେଠାକାର ପୋଲିସ ଙ୍କ ନମ୍ବର ପ୍ରଦାନ କରିଥିଲେ | ଇତିମଧ୍ୟରେ ତେଲେଙ୍ଗାନା ରାଜ୍ୟ ଶ୍ରମ ବିଭାଗ ଯୁଗ୍ମ ସଚିବ ଚନ୍ଦ୍ର ଶେଖରମ ରାନ୍ତେଲା ଦୀପାଙ୍କୁ ଯୋଗାଯୋଗ କରିଥିଲେ | ଦୀପାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତଙ୍କ ସାମୁହିକ ପ୍ରୟାସ ପରେ ଇଟା ଭାଟି ମାଲିକ ବନ୍ଧକ ନାବାଳକ ବଲ୍ଲଭ ହରିଜନକୁ ସକୁଶଳେ ତାଙ୍କ ନୂଆପଡା ଜିଲ୍ଲା ଘରକୁ ପଠେଇଦେଇଛନ୍ତି | ଏହି ବିଷୟରେ ନାଲଗୋଣ୍ଡା ଗ୍ରାମୀଣ ପୋଲିସ ସୂଚନା ଦେଇଛନ୍ତି | ବର୍ତ୍ତମାନ ବନ୍ଧକ ନାବାଳକ ଘରକୁ ଫେରିଥିବାରୁ ସମସ୍ତେ ଖୁସି ଅନୁଭବ କରୁଛନ୍ତି | ଦୀପାଙ୍କ ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି |

 

 

0
0
0
s2sdefault