ହେଡଲାଇନସ୍:

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଖାପଚରେ ଜୁନିଅର କ୍ଲର୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରାଥମିକ ତଥ୍ୟ ଅନୁଯାୟୀ ଦୁଇଟି ତିନି ମହଲା, ଗୋଟିଏ ଦୁଇ ମହଲା କୋଠା, ୯ ଟି ପ୍ଲଟ୍, ନଗଦ ୮,୦୬,୭୦୦ / - ଟଙ୍କା

ବଲାଙ୍ଗୀର (ନିରୋଜ ମିଶ୍ର) : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲାର ପୁଇଁତଲା ବ୍ଳକର ବରିଷ୍ଠ କିରାଣିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଶନିବାର ସକାଳେ ବରିଷ୍ଠ କିରାଣି ରବୀନ୍ଦ୍ର କୁମାର ମହାନ୍ତି ଓ ଟଙ୍କା ପତ୍ନୀ ଡାହିମଲ ସରକାରୀ ନୋଡାଲ୍ ୟୁ.ପି. ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ମେଘମାଲା ପଟ୍ଟନାୟକଙ୍କ ବଲାଙ୍ଗୀର ସହର ସାଗରପଡା ବାସଭବନ, ଗୁଡଭେଲା ବ୍ଳକର ଡାହିମାଳ ଗ୍ରାମ ସ୍ଥିତ ବାସଭବନ ଓ ପୁଇଁତଲା ବ୍ଳକ ଅଫିସ ସମେତ ୫ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। 3 ଡିଏସପି, 4 ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ବଲାଙ୍ଗୀର ଓ ସମ୍ବଲପୁର ଭିଜିଲାନ୍ସ 5 ଟି ଦଳ ଏହି ତଦନ୍ତ ଜାରି ରଖିଛନ୍ତି | ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ତିନିମହଲା କୋଠା, ଗୋଟିଏ ଦୁଇ ମହଲା କୋଠା, ୯ ଟି ପ୍ଲଟ୍, ୨ ଚାରି ଚକିଆ ଯାନ, ୨ ଦୁଇ ଚକିଆ ଯାନ ଏବଂ ନଗଦ ୮,୦୬,୭୦୦ / - ଟଙ୍କା ଚିହ୍ନଟ କରାଯାଇଛି | ଅନୁସନ୍ଧାନ ଚାଲିଥିବା ବେଳେ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି |

 

0
0
0
s2sdefault