ହେଡଲାଇନସ୍:

ଖୁବଶୀଘ୍ର ସିନ୍ଧୁ ଆରମ୍ଭ କରିବେ କ୍ରୀଡାଏକାଡେ଼ମୀ, ସରକାର ଯୋଗାଇଦେବେ ସହାୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଲିମ୍ପିକ ପଦକ ବିଜୟିନୀ ସିନ୍ଧୁଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ ଜଗନ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ଶୁକ୍ରବାର ଦିନ ଅଲିମ୍ପିକ ପଦକ ବିଜୟିନୀ ହୋଇ ଜନ୍ମମାଟିକୁ ଫେରିଥିବା ସଟଲର ପିଭି ସିନ୍ଧୁଙ୍କୁ ସମ୍ବର୍ଧନା ଜଣାଇଛନ୍ତି | ରାଜ୍ୟ ସରକାରଙ୍କ ପକ୍ଷରୁ ସିନ୍ଧୁଙ୍କୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟରୁ ଅଧିକ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବାକୁ ବିଶାଖାପାଟନମରେ ଏକ କ୍ରୀଡ଼ା ଏକାଡେମୀ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚାଲିଥିବା ଟୋକିଓ ଅଲିମ୍ପିକ୍ସରେ ଭାରତର ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଟଲର ସିନ୍ଧୁ ବ୍ରୋଞ୍ଜ ପଦକ ଜିତି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଅମରାବତୀ ସ୍ଥିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜଗନଙ୍କୁ ଭେଟିଥିଲେ।
ଏହି ଅବସରରେ ଶ୍ରୀମତୀ ସିନ୍ଧୁ କହିଛନ୍ତି, "ଟୋକିଓ ଯିବା ପୂର୍ବରୁ ମୁଁ ସିଏମ୍ ଜଗନଙ୍କ ସହ ସାକ୍ଷାତ କରିଥିଲି ଏବଂ ସିଏମ୍ ମୋତେ ବହୁତ ଉତ୍ସାହିତ କରିଥିଲେ। ବର୍ତ୍ତମାନ ମୁଁ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଭେଟିଲି | ପଦକ ହାସଲ କରିଥିବାରୁ ସେ ମୋତେ ଅଭିନନ୍ଦନ ଜଣାଇଥିଲେ। ମୋତେ ପ୍ରଶଂସା କରି ଭବିଷ୍ୟତରେ ଆହୁରି ଅନେକ ଟାଇଟଲ୍ ଜିତିବାକୁ ଏବଂ ରାଜ୍ୟ ତଥା ଦେଶ ପାଇଁ ପୁରସ୍କାର ଆଣିବାକୁ ଉତ୍ସାହିତ କରିଥିଲେ। "
ଶ୍ରୀମତୀ ସିନ୍ଧୁ ଆହୁରି ମଧ୍ୟ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ସରକାର କ୍ରୀଡ଼ାବିତମାନଙ୍କୁ ସରକାରୀ ଚାକିରିରେ ୨ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି ଯାହାକି ସେମାନଙ୍କ ପାଇଁ ଅତ୍ୟନ୍ତ ଉତ୍ସାହଜନକ | ସେ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ଦ୍ୱାରା ନିଶ୍ଚିତ ହୋଇଥିବା ଜମିରେ ବିଶାଖାପାଟନମ୍ ଠାରେ ଏକ କ୍ରୀଡ଼ା ଏକାଡେମୀ ଆରମ୍ଭ କରିବେ ବୋଲି ସିଂଧୁ ସୂଚନା ଦେଇଛନ୍ତି |
ଏହି ଅବସରରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଏମ ଶ୍ରୀନିବାସା ରାଓ ଏବଂ ସ୍ୱତନ୍ତ୍ର ମୁଖ୍ୟ ଶାସନ ସଚିବ ଡ଼ ରଜତ ଭାର୍ଗବ ଓ ସିନ୍ଧୁଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ |

0
0
0
s2sdefault