ହେଡଲାଇନସ୍:

ସମରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ଅସ୍ତ୍ରୋପଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ପଦ୍ଧତିରେ ଏକ ସଫଳ ଅସ୍ତ୍ରୋପଚାର ହୋଇପାରିଛି । ପାଦରେ ଗୋଇଠିରେ ବଢ଼ିଥିବା ଏକ କ୍ଷୁଦ୍ର ହାଡକୁ ଏଣ୍ଡୋସ୍କୋପିକ୍ କାଲ୍କାନିଓପ୍ଲାଷ୍ଟି ପଦ୍ଧତିରେ ଅସ୍ତ୍ରୋପଚାର କରି ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗର ଡାକ୍ତରୀ ଟିମ୍ ।
ଜଟଣୀ ଅଂଚଳର ଜନୈକା ୬୯ ବର୍ଷୀୟା ମହିଳା ସୁଶିଳା ସାହୁ ଦୀର୍ଘ ଦିନ ଧରି ତାଙ୍କ ବାମ ପାଖ ଗୋଇଠିରେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ । ଅନେକ ଡାକ୍ତରଖାନାରେ ପରାମର୍ଶ କରି ବିଫଳ ହେଲା ପରେ ସମ୍ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗରେ ଅଗଷ୍ଟ ୪ ତାରିଖରେ ଭର୍ତି ହୋଇଥିଲେ । ବିଭାଗୀୟ ମୂଖ୍ୟ ପ୍ରଫେସର ଡାକ୍ତର ଅନିରୁଦ୍ଧ ଦାସ ତାଙ୍କୁ ଚିକିତ୍ସା କରିଥିଲେ । ବିଭିନ୍ନ ପରୀକ୍ଷାରୁ ଜଣାପଡିଥିଲା ଯେ ତାଙ୍କ ଗୋଇଠିରେ ଏକ ଛୋଟ ହାଡ଼ ବଢ଼ି ଉଠିଛି ଯେଉଁ କାରଣରୁ ପାଦଟି ଫୁଲିବା ସହ ମହିଳା ଜଣକ ଚାଲିବା ବେଳେ କଷ୍ଟ ଅନୁଭବ କରୁଛନ୍ତି । ଏପରି ଅବସ୍ଥାରେ ଥିବା ହାଡ଼ଟିକୁ ଅସ୍ତ୍ରୋପଚାର କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଜଟିଳ ମଧ୍ୟ ଥିଲା ।
ତେବେ ପ୍ରଫେସର ଡାକ୍ତର ଦାସଙ୍କ ନେତୃତ୍ୱରେ ଡାକ୍ତର ତପନ ଦାଶ ଓ ନିଶ୍ଚେତକ ବିଭାଗର ଡାକ୍ତର ଏସ୍.ପାଣିଗ୍ରାହୀ ପ୍ରମୁଖ ଏକ ୩ ଜଣିଆ ଡାକ୍ତରୀ ବିଶେଷଜ୍ଞ ଦଳ ଏଣ୍ଡୋସ୍କୋପିକ୍ କଲ୍କାନିଓପ୍ଲାଷ୍ଟି ପ୍ରଣାଳୀରେ ରୋଗୀର ସଫଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ । ମାତ୍ର ଦୁଇଟି ଛୋଟଛୋଟ ଛିଦ୍ର ମାଧ୍ୟମରେ ବର୍ଦ୍ଧିତ ହାଡ଼ଟିକୁ ବାହାର କରିବା ସମ୍ଭବ ହୋଇଥିଲା । ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ସୂଚନା ଯୋଗ୍ୟ ଏହି ପଦ୍ଧତିର ଅସ୍ତ୍ରୋପଚାର ଓଡ଼ିଶାର ପ୍ରଥମ । ଏହି ଅସ୍ତ୍ରୋପଚାର ନିମନ୍ତେ ଖୁବ୍ କମ୍ ସମୟ ଲାଗୁଥିବା ବେଳେ ଏହା ସ୍ୱଳ୍ପ ଖର୍ଚ୍ଚରେ ହୋଇପାରୁଛି ଓ ରୋଗୀକୁ କମ୍ ଦିନ ଡାକ୍ତରଖାନାରେ ରହିବାକୁ ପଡ଼ୁଛି । ଆଗାମୀ ଦିନରେ ଏପରି ଅତ୍ୟାଧୁନିକ ଅସ୍ତେ୍ରାପଚାର ପ୍ରଣାଳୀକୁ ଆହୁରି ବ୍ୟାପକ କରାଯିବ ବୋଲି ହସ୍ପିଟାଲ୍ର ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

0
0
0
s2sdefault