ହେଡଲାଇନସ୍:

ସୋଆ ରେଡିଓ ଜକି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଆୱାର୍ଡରେ ପୁରସ୍କୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ କମନ ୱେଲଥ ଏଜୁକେସନାଲ ମିଡିଆ ସେଂଟର୍ ଫର୍ ଏସିଆ (ସିଇଏମସିଏ) ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ସୋଆ ରେଡିଓ ୯୦.୪କୁ ଚତୁର୍ଥ କନଶୋଲେସନ ପୁରସ୍କାରରେ ସମ୍ମାନିତ କରାଯାଇଛି । ସୋଆ ରେଡିଓ ୯୦.୪ ର ରେଡିଓ ଜକି ମାନଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର “ସିଲ୍ଭର୍ ଲାଇନିଂ- ଫାଇଣ୍ଡିଂ ଦ ସ୍ପିରିଟ୍ ଅଫ୍ ପଜିଟିଭିଟି” କୁ ଏହି ପୁରସ୍କାର ମିଳିଛି ।
ପ୍ରଥମ ଥର ପାଇଁ ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଛାତ୍ରଛାତ୍ରୀ (ରେଡିଓ ଜକି)ଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।
ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣରେ ସାମିଲ ଥିବା ଏହି ଟିମର ଅର୍ନ୍ତଭୁକ୍ତ ଦିଗବିଜୟ ରାଉତ, ଦେସ୍ନାା ପ୍ରାମାଣିକ, ସାୟନ୍ତନି ସାହା, ଶିବାନୀ ମିଶ୍ର ଏବଂ ପ୍ରୋମା କାଞ୍ଜିଲାଲ୍ ପୂର୍ବରୁ ସିଇଏମସିଏ ଦ୍ୱାରା ପରିଚାଳିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତି ଅନ୍ଲାଇନ ୱାର୍କସପରେ ଅଂଶ ଗ୍ରହଣ କରିଥିଲେ ।
ବର୍ତମାନର ମହାମାରୀ ପରିପ୍ରେକ୍ଷୀରେ ମନୁଷ୍ୟ କିପରି ଅବସାଦରୁ ମୁକ୍ତ ରହିପାରିବ ସେହି ବିଷୟରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଯୁବାଯୁବତୀ ମାନଙ୍କର ମାନସିକ ସ୍ୱାସ୍ଥ୍ୟ ଆଜି ଏକ ବଡ଼ ଆହ୍ୱାନ୍ । ଆମେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅବସର ସମୟକୁ କିପରି ବିନିଯୋଗ କରି ବର୍ତମାନର ପରିସ୍ଥିତି ଉପରେ ସମାଜକୁ ସକାରାତ୍ମକ ବାର୍ତା ଦିଆଯାଇ ପାରିବ ସେଥିପାଇଁ ପ୍ରୋତ୍ସାହିତ କରୁଛୁ ବୋଲି ସୋଆ କମୁ୍ୟନିଟି ରେଡିଓ ୯୦.୪ ର ଭାରପ୍ରାପ୍ତ ଅଫିସର ହନି ପଟ୍ଟନାୟକ କହିଛନ୍ତି ।

 

0
0
0
s2sdefault