
ବାରିପଦା(ଦିଲ୍ଲୀପ ମହାନ୍ତି)- ଅଗଷ୍ଟ ୬ ଭଞ୍ଜସେନାର ବାରିପଦା ସହର ଶାଖା ପକ୍ଷରୁ ସଭାପତି ପ୍ରୀତମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବାରିପଦା ମ୍ୟୁନିସିପାଲିଟି ନିର୍ବାହ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସଙ୍କୁ ଭେଟି ବାରିପଦା ସହରରେ ଲଗାଯାଇଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ତୁରନ୍ତ ମରାମତି କରାଯାଇ ରାସ୍ତାକୁ ଅଲୋକୀକରଣ କରାଯିବା,
ବାରିପଦା ଅଞ୍ଚଳର ସମସ୍ତ ଭୂମିହୀନମାନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରାଯିବା ଏବଂ କୋରନା ଭୟାବହତା ପାଇଁ ବାରିପଦା ପୌରାଞ୍ଚଳର ସମସ୍ତ ୱାର୍ଡର ସଫେଇ କାର୍ଯ୍ୟକୁ ସଫେଇ କର୍ମଚାରୀଙ୍କ ଦ୍ବାରା ସଠିକ୍ ଭାବେ କରାଯିବା ସହ ସଠିକ୍ ଭାବେ ତଦାରଖ କରାଯିବା ଆଦି ତିନିଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରି ଯଥାଶୀଘ୍ର ଏହାର ସୁସମାଧନ କରିବା ପାଇଁ ଦାବୀ ଜଣାଇଥିଲେ। ଏହି ସମୟରେ ଭଞ୍ଜସେନାର ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ,ଉପଖଣ୍ଡ ସାଧାରଣ ସମ୍ପାଦକ ସତ୍ୟବ୍ରତ ଧଳ,ସହର ସାଧାରଣ ସମ୍ପାଦକ ଅମିତ କୁମାର,ଜିଲ୍ଲା ଛାତ୍ର ଶାଖା ସାଧାରଣ ସମ୍ପାଦକ ଅବିନାଶ ରଥ,ଅଶ୍ୱିନୀ କୁମାର ବେହେରା, ଅଭିଷେକ ମାଇତି, ଅମୂଲ୍ୟ ପ୍ରସାଦ ଦାସ, ଆକାଶ କୁମାର ପରିଡା, ଦେବ ରଞ୍ଜନ ଦାସ, ସୁରଜ କୁମାର ନାୟକ, ପ୍ରିୟବ୍ରତ ଧଳ, ଶ୍ୱେତ ଦାସ ପ୍ରମୁଖ ସାମିଲ ଥିଲେ।
ଯଦି ଆଗାମୀ ସାତ ଦିନ ମଧ୍ୟରେ ଏହାର ସୁସମାଧାନ ବାବଦରେ କୌଣସି ଅଗ୍ରଗତି ପରିଲକ୍ଷିତ ନ ହୋଏ ତେବେ ଭଞ୍ଜସେନା ବାରିପଦା ସହର ଶାଖା ପକ୍ଷରୁ "ବାରିପଦା ମ୍ୟୁନିସିପାଲିଟି ଅଫିସ ଘେରାଓ" କରାଯିବ ବୋଲି ସହର ସଭାପତି ପ୍ରୀତମ ପଣ୍ଡା ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।








