ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଗୁରୁବାର ଦିନ ଅନଲାଇନ ମାଧ୍ୟମରେ ନାବାଳିକା ମାତୃତ୍ୱ ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ରୀ ମଳୟ ରଞ୍ଜନ ଦାଶଙ୍କ ନିର୍ଦେଶ କ୍ରମେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡାର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରୀପାଠି, ଅତିରିକ୍ତ ଜିଲ୍ଳା ଦୌରା ଜଜ୍ ଶ୍ରୀ ତିରଞ୍ଜନ ପାତ୍ର, ଆଡ୍ ହକ୍ ଅତିରିକ୍ତ ଜିଲ୍ଳା ଦୌରା ଜଜ୍(ଫାଷ୍ଟ ଟ୍ରାକ୍) ଶ୍ରୀ ଗଣେଶର ପତି, ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟର ଶ୍ରୀମତି ପ୍ରତିମା ପାତ୍ର, ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀ ସୁଶାନ୍ତ କୁମାର ମିଶ୍ର, ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ୍, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟଧିକାରୀ ତଥା ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମତି ସୁଭାସିନି ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଯୁଧିଷ୍ଟିର ଦଳେଇ, ଜିଲ୍ଲା ମୁଖ୍ୟ ଚିକିସ ଳୟର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ବାଳ ଗୋପାଳ ବେହେରା, ଓକିଲ୍, ପାରା ଲିଗାଲ୍ ଭଲ୍ୟୁଣ୍ଟର, ଆଇନ ସଚେତନତା କ୍ଲବର ଛାତ୍ର ଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ I ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ଶ୍ରୀ ମିଶ୍ର ନିଜର ବକ୍ତବ୍ୟରେ ରାୟଗଡା ଜିଲ୍ଳାକୁ ବାଲ୍ୟବିବାହମୁକ୍ତ କରି କିପରି ଅପରିଣତ ବୟସରେ ହେଉଥିବା ଗର୍ଭାବସ୍ଥାକୁ ରୋକାଯାଇପାରିବ ସେ ସଂପର୍କରେ ଆଲୋକପାତ କରିଥିଲେ I ଅତିରିକ୍ତ ଜିଲ୍ଳା ଦୌରା ଜଜ୍ ଶ୍ରୀ ପାତ୍ର ନିଜର ବକ୍ତବ୍ୟରେ ନାବାଳିକା ମାନଙ୍କ ମାତୃତ ସମ୍ବନ୍ଧୀୟ ବିଭିନ୍ନ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ I ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ବାଳ ଗୋପାଳ ବେହେରା ନାବାଳିକା ମାନଙ୍କର ଗର୍ଭାବସ୍ଥାର ଶାରୀରୀକ ତଥା ମାନସିକ କୁପ୍ରଭାବ ସଂପର୍କରେ ମତବ୍ୟକ୍ତ କରିଥିଲେ I ପରିଶେଷରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରୀପାଠି ଅଂଶଗ୍ରହଣକାରୀ ମାନଙ୍କୁ ସମାଜରେ ଅପରିଣତ ବୟସରେ ଗର୍ଭଧାରଣର କୁପରିଣତି ସଂପର୍କରେ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ଆହାନ ଦେଇଥିଲେ I
ରାଜ୍ୟ
ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ
- Hits: 395








