ହେଡଲାଇନସ୍:

କୋହଳ ହେଲା ନିୟମ; ବିନା ଟିକା ପ୍ରମାଣ ପତ୍ରରେ କାଳିଆ ଦର୍ଶନ କରିବେ ପୁରୀବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ/ ଅନିମେଶ ପଟ୍ଟନାୟକ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଦରକାର ପଡିବନି ଟିକାର ପ୍ରମାଣ ପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ । କେବଳ ଆଧାର ଓ ଟୋକେନ ଦେଖାଇ ଭକ୍ତ କରିବେ ଦର୍ଶନ । ତେବେ ଏ ନିୟମ କେବଳ ପୁରୀସହର ଲୋକଙ୍କ ପାଇଁ । ଆଜି ଛତିଶା ନିଯୋଗ ବୈଠକରେ ନିଆଯାଇଛି ନିଷ୍ପତ୍ତି ।
ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିରେ ଶୁକ୍ରବାର କୋହଳ କରିଛି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀ ବିନା ବାଧାରେ ଦର୍ଶନ କରିପାରିବେ । ପୂର୍ବରୁ ଦର୍ଶନ ପାଇଁ କରାଯାଇଥିବା ଟୋକେନ ବ୍ୟବସ୍ଥାକୁ ପୁଣି ଲାଗୁ କରାଯିବ । ପୌରାଞ୍ଚଳର ସମସ୍ତ ୩୨ଟି ୱାର୍ଡରେ ଟୋକେନ ବଣ୍ଟାଯିବ । ପୁରୀସହର ଲୋକେ ଆଧାର ସହ ଟୋକେନ ଦେଖାଇ ଶ୍ରୀମନ୍ଦିରକୁ ଯାଇ ପାରିବେ । ଆରଟିପିସିଆର ରିପୋର୍ଟ କିମ୍ବା ଡବଲ ଡୋଜର ପ୍ରମାଣ ଦରକାର ପଡିବନି । ତେବେ ମନ୍ଦିର ଭିତରେ ଦୀପ ଧୂପ, ମହାପ୍ରସାଦ ସେବନ କରିପାରିବେନି । ଶ୍ରୀମନ୍ଦିର ପ୍ରଶାସନର ଏପରି ନିଷ୍ପତ୍ତିକୁ ସହରବାସୀ ସ୍ବାଗତ କରିଛନ୍ତି । ଭକ୍ତ ମହଲରେ ଖୁସି ଦେଖିବାକୁ ମିଳିଛି ।
ସୂଚନାଥାଉ କି, ଚଳିତ ମାସ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ବାସୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ୨୩ ତାରିଖରୁ ସାଧାରଣ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ନିୟମରେ କୋହଳ କେବଳ ପୁରୀବାସୀଙ୍କ ପାଇଁ ସାଧାରଣ ଭକ୍ତଙ୍କ ପାଇଁ ପୂର୍ବନିର୍ଦ୍ଧାରିତ ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି ।

0
0
0
s2sdefault