
ଭୁବନେଶ୍ୱର: ଡ୍ରିମ୍୧୧ ପ୍ରଦାନ କରୁଥିବା ଅନଲାଇନ୍ ଫାଣ୍ଟାସି ସ୍ପୋର୍ଟ୍ସ ହେଉଛି ଜୁଆ ସହ ସମାନ ଓ ଏହା କୌଶଳର ଖେଳ ନୁହେଁ ବୋଲି ଅଭିଯୋଗ କରି ଦାଖଲ କରାଯାଇଥିବା ସ୍ପେସିଆଲ୍ ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ୨୦୨୧ ଜୁଲାଇ ୩୦ରେ ଖାରଜ କରିଛନ୍ତି । ପଂଜାବ ଓ ହରିୟାଣା ହାଇକୋର୍ଟ ଓ ବମ୍ବେ ହାଇକୋର୍ଟ ଏବଂ ରାଜସ୍ଥାନ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ମାନ୍ୟବର ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି । ଡ୍ରିମ୍୧୧ର ଅନଲାଇନ୍ ଫାଣ୍ଟାସି ସ୍ପୋର୍ଟ୍ସ କୌଶଳର ଖେଳ ବୋଲି ରାଜସ୍ଥାନ ହାଇକୋର୍ଟ ରାୟ ଦେଇଥିଲେ । ସୁପ୍ରିମକୋର୍ଟ ସେଥିରେ ମୋହର ମାରିଥିବାରୁ କଂପାନିର ଏହି ସ୍ପୋର୍ଟ୍ସକୁ ଏବେ ସାମ୍ବିଧାନିକ ସୁରକ୍ଷା ମିଳିଛି ।
ଏ ସମ୍ପର୍କରେ ଡ୍ରିମ୍୧୧ ସହ ପ୍ରତିଷ୍ଠାତା ଓ ସିଇଓ ହର୍ଷ ଜୈନ କହିଛନ୍ତି ଯେ, “ଡ୍ରିମ୧୧ର ଫାଣ୍ଟାସି ସ୍ପୋର୍ଟ୍ସ ଫର୍ମାଟର ଆଇନଗତ ବୈଧତାକୁ ମାନ୍ୟବର ସୁପ୍ରିମକୋର୍ଟ ବଜାୟ ରଖିଥିବାରୁ ଆମେ ବହୁତ ଖୁସି । ଫାଣ୍ଟାସି ସ୍ପୋର୍ଟ୍ସ ଜରିଆରେ କ୍ରୀଡ଼ାରେ ସଂପୃକ୍ତିକୁ ବଢ଼ାଇବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ଆମେ ଦୋହରାଉଛୁ ଯାହା କ୍ରୀଡ଼ାପ୍ରେମୀଙ୍କୁ ସେମାନେ ପସନ୍ଦ କରୁଥିବା କ୍ରୀଡ଼ାର ନିକଟତର କରିବ ଏବଂ ଭାରତରେ ଏକ ବୃହତ୍ କ୍ରୀଡ଼ା ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟକ ହେବ ।’’
, ବରିଷ୍ଠ ଆଇନଜୀବୀ ସୁପ୍ରିମକୋର୍ଟ ଗୋପାଳ ଜୈନ କହିଛନ୍ତି ଯେ, “ରାଜସ୍ଥାନ ହାଇକୋର୍ଟର ରାୟ ବିରୋଧରେ ଦାଖଲ କରାଯାଇଥିବା ସ୍ୱତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିବା ବେଳେ ଏହା ଜଣାଇଛନ୍ତି ଯେ ପଂଜାବ ଓ ହାରିୟାଣା ହାଇକୋର୍ଟ ଓ ବମ୍ବେ ହାଇକୋର୍ଟ ଜୁଆ ପ୍ରସଙ୍ଗରେ ଆଗରୁ ନିଷ୍ପତ୍ତି ନେଇସାରିଛନ୍ତି । ପଂଜାବ ଓ ହରିୟାଣା ହାଇକୋର୍ଟ ଯେଉଁ ଅନୁଶୀଳନ କରିଛନ୍ତି ସେ ଅନୁସାରେ ଦେଖିଲେ ଫାଣ୍ଟାସି ସ୍ପୋର୍ଟ୍ସ ଫର୍ମାଟ୍ ହେଉଛି କୌଶଳର ଖେଳ ଏବଂ ଏହାର ଆଇନ୍ଗତ ବୈଧତାର ଅଧିକ ଅନୁଧ୍ୟାନ ଦରକାର ନାହିଁ ।’’
ଆଡଭୋକେଟ୍ ଅନ୍ ରେକର୍ଡ, ସୁପ୍ରିମକୋର୍ଟ ମହେଶ ଅଗ୍ରୱାଲ୍ କହିଛନ୍ତି ଯେ, “ସୁପ୍ରିମକୋର୍ଟ ନିଜ ସ୍ଥିତି ସ୍ପଷ୍ଟ କରିଛନ୍ତି ଏବଂ ଜଣାଇଛନ୍ତି ଯେ ଡ୍ରିମ୍୧୧ର ଅନ୍ଲାଇନ୍ ଫାଣ୍ଟାସି ସ୍ପୋର୍ଟ୍ସ ହେଉଛି କୌଶଳର ଖେଳ ଏବଂ ଏହା ଜୁଆ ନୁହେଁ । ଡ୍ରିମ୍୧୧ ପ୍ରଦାନ କରୁଥିବା ଫାଣ୍ଟାସି ସ୍ପୋଟର୍୍ସ ଫର୍ମାଟ୍ ଉପରେ ପୂର୍ବରୁ ଦିଆଯାଇଥିବା ରାୟକୁ ଦୋହରାଇବା ସହିତ ସୁପ୍ରିମକୋର୍ଟ ପୁଣି ଥରେ ଏହି ପ୍ଲାଟ୍ଫର୍ମର ଆଇନଗତ ବୈଧତା ଉପରେ ଚୂଡ଼ାନ୍ତ ମୋହର ମାରିଛନ୍ତି ।’’








