ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି ।
ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଗର୍ଭବତୀ ମହିଳା , ପ୍ରସୂତି ମହିଳା , କିଶୋରୀ ବାଳିକା ଓ ସ୍ୱୟଂ ସହାୟକ ମହିଳା ମାଆ ମାନେ , ଯାଞ୍ଚ କମିଟି, ମାତୃ କମିଟି ପ୍ରମୁଖ ଉପସ୍ଥିତ ଥିଲେ ।
ବିଶ୍ୱ ସ୍ତନ୍ୟପାନ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ ।
ପରେ ଡେଙ୍ଗୁ , ମ୍ୟାଲେରିଆ , ଡାଇରିଆ ଉପରେ ଏକ ସଚେତନତା ରାଲି ଗ୍ରାମରେ କରାଯାଇ ଗ୍ରାମବାସୀଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ବି.ଜଗଦମ୍ବା , ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ଶଶୀ ରେଖା , ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ , ପଞ୍ଚାୟତର ସମିତି ସଭ୍ୟ , ସଭାପତି ଏନ୍.ଜଗନ୍ନାଥ ରାଓ ପ୍ରମୁଖ ଉପସ୍ଥିତ ରହି ଗ୍ରାମରେ ଲୋକଙ୍କୁ ଡେଙ୍ଗୁ , ଡାଇରିଆ , ଓ ମ୍ୟାଲେରିଆ ଉପରେ ସଚେତନତା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।








