
ଭୁବନେଶ୍ୱର: ଗତ କିଛି ମାସ ଧରି ଆର୍ସେଲର ମିତଲ ନିପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍) କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଦେଶର ଗୁରୁତର ସ୍ୱାସ୍ଥ୍ୟସେବା ଉନ୍ନତିରେ ସହଯୋଗ କରିବା ସହିତ ସମଗ୍ର ଭାରତରେ ଏହାର କର୍ମଚାରୀ ଏବଂ ଗୋଷ୍ଠୀ ସମୁଦାୟକୁ ସୁରକ୍ଷା ଦେବାକୁ ପ୍ରାଥମିକ ଦେଇଆସୁଛି ।
କର୍ପୋରେଟମାନଙ୍କ ପାଇଁ ଟିକା ଉପଲବ୍ଧ ହେବା ମାତ୍ରେ ଏଏମ୍/ଏନ୍ଏସ୍ ଇଣ୍ଡିଆ କୋଭିଡ୍ ଟିକାକରଣ ଆରମ୍ଭ କରିଥିଲା । ଯାହାଦ୍ୱାରା ପ୍ରାୟ ୪୦,୦୦୦ ବ୍ୟକ୍ତି ବିଶେଷ ଅର୍ଥାତ୍ କମ୍ପାନୀର କର୍ମଚାରୀ ସେମାନଙ୍କ ପରିବାର ସଦସ୍ୟ ଏବଂ ବ୍ୟବସାୟିକ ସହଯୋଗୀମାନେ ପ୍ରଥମ ଡୋଜ୍ ଟୀକାକରଣରେ ସାମିଲ ହୋଇପାରିଥିଲେ । ବର୍ତମାନ ଦ୍ୱିତୀୟ ଡୋଜ୍ ଟୀକାକରଣ ପାଇଁ ସମାନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପ୍ରାରମ୍ଭରେ ସରକାରଙ୍କ ଠାରୁ ଟିକାକରଣ ସହାୟତା ପାଇବା ପରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପକୁ ହ୍ରାସ କରିବା ପାଇଁ ସେରମ୍ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆରୁ କୋଭିଶିଲ୍ଡ ଟିକା କିଣିଥିଲା । ପରବର୍ତୀ ସମୟରେ, ଗୁଜୁରାଟ, ଓଡିଶା, ଛତିଶଗଡ, ମହାରାଷ୍ଟ୍ରରେ ଏହାର ଟୀକାକରଣ କେନ୍ଦ୍ରରେ ବ୍ୟକ୍ତିଙ୍କୁ ଟିକାକରଣ କରାଇଥିଲା ।
ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ କେବଳ କୋ-ଉଇନ୍ ଆପରେ ପଞ୍ଜିକରଣ ପରେ ଏହି ଟିକା ଦିଆଯାଇଥିଲା । କର୍ମଚାରୀ ଏବଂ ବ୍ୟବସାୟିକ ସହଯୋଗୀମାନଙ୍କ ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆ କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିବା ପାଇଁ ପ୍ରଥମ ଡୋଜ ଟୀକାକରଣ ବାଧ୍ୟତାମୂଳକ କରିଥିଲା । ତେଣୁ ଏହା କର୍ମଚାରୀମାନଙ୍କୁ ଯଥାଶୀଘ୍ର ଟୀକା ନେବାକୁ ଉତ୍ସାହିତ କରିଥିଲା ।
ମୁଖ୍ୟ ମାନବ ସମ୍ବଳ ଆଇ ଆର୍ ଆଣ୍ଡ ଆଡମିନିଷ୍ଟ୍ରେସନ -ଏଏମ୍/ଏନ୍ଏସ୍ ଇଣ୍ଡିଆ ଅନିଲ ମାଟୁ କହିଛନ୍ତି, ‘ଆମେ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତାକୁ ପ୍ରାଥମିକତା ଦେଇଥାଉ । ଆମେ ଆମର ସମସ୍ତ କର୍ମଚାରୀ, ସେମାନଙ୍କ ପରିବାର ଏବଂ ବ୍ୟବସାୟ ସହଯୋଗୀମାନଙ୍କୁ ପ୍ରଥମ ଟିକାକରଣ ସଫଳତାର ସହିତ କାର୍ଯ୍ୟକାରୀ କରିଛୁ । ସମସ୍ତ ଉତ୍ପାଦନ ୟୁନିଟ୍ ଏବଂ ଅଫିସ୍ ପରିସରରେ ଦ୍ୱିତୀୟ ଡୋଜ୍ ପରିଚାଳନା ପାଇଁ ପ୍ରକ୍ରିୟା ଜାରି ରହିଛି । ଆମ ଲୋକମାନେ ବର୍ତମାନ ଅଧିକ ସୁରକ୍ଷିତ ଏବଂ ଆତ୍ମବିଶ୍ୱାସ ଅନୁଭବ କରୁଛନ୍ତି । ଟୀକାକରଣ ହେଉଛି ସର୍ବୋତମ ସମାଧାନ ଯାହା ଆମ ଗୋଷ୍ଠୀ ସମୁଦାୟକୁ ସୁରକ୍ଷା ଦେବ ଏବଂ ଆମେ ଆଶା କରୁଛୁ ଯେ ଏହି ଭଳି ପଦକ୍ଷେପ କରୋନାର କାୟା ବିସ୍ତାରକୁ କମ୍ କରିବାରେ ତଥା ଦେଶକୁ ସର୍ବୋତମ ସୁରକ୍ଷା କରିବାରେ ସହାୟକ ହେବ ।’








