ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ଓ ସମୀକ୍ଷା l
ରାୟଗଡ/ ସରୋଜ କୁମାର ସାହୁ -ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଏବଂ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ନିର୍ଦ୍ଧେଶକ ଶ୍ରୀ ମହେଶ୍ୱର ନାଏକଙ୍କ କୋଳନାରା ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି l ବ୍ଲକର କୈଳାସପୁର ପଂଚାୟତ ଅନ୍ତର୍ଗତ ଅତରଡ଼ା ମନୋରେଗା ଯୋଜନlରେ ନିର୍ମାଣ ହୋଇଥିବା ରାସ୍ତା ଅନୁଧ୍ୟାନ କରିଥିଲେ l ଏହାପରେ ଗାଁର ଚାରୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରି ସ୍ୱାବଲମ୍ବୀ ହେବାପାଇଁ ଛେଳି ପାଳନ, କୁକୁଡ଼ା ପାଳନ ଛତୁ ଚାଷ ପାଇଁ ଉତ୍ସାହିତ କାଇଥିଲେ l ଏହାପରେ ସ୍ଥାନୀୟ ଅଙ୍ଗନବାଡି କେବଡ଼ର ପାରୁଦର୍ଶନ କରିବା ସହିତ ଶିଶୁ ମାନଙ୍କ ଉତ୍ତମ ଯତ୍ନ ନେବାକୁ ଅଙ୍ଗନବାଡି କର୍ମୀଙ୍କୁ ପରାମର୍ଶ ଦେଇଥିଲେ l ଶିଶୁ ମାନଂକୁ ଓ ଗର୍ଭବତୀ ମହିଳା ମାନଙ୍କୁ ସଠିକ ସେବା ଓ ଖାଦ୍ୟ ଯୋଗାଇବା ଉପରେ ତଦାରଖ ନିମନ୍ତେ ଶିଶୁ ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହାପରେ ସ୍ଥାନୀୟ ଏମଡି କଲୋନୀ ଯାଇ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଦ୍ୱାରା କରାଯାଇଥିବା ଗୋଷ୍ଠୀ ବଗିଚା ଓ ସେଥିରେ ହେଉଥିବା ଲାଭଜନକ ଆଦାୟ ପାଇଁ ପ୍ରଶଂସା କରିଥିଲେ l ଏହାପରେ ମୁକୁନ୍ଦପୁରରେ ରାଜ୍ୟ ଅର୍ଥ କମିଶ, କେନ୍ଦ୍ର ଅର୍ଥ କମିଶନ ଓ ମନୋରେଗା ଯଜନାରେ ନିର୍ମିତ କଲ୍ୟାଣ ମଣ୍ଡପ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥକିକରଣ କେନ୍ଦ୍ର ପ୍ରଦର୍ଶନ କରିଥିଲେ l
ଏହାପରେ ବାଙ୍କୀଲି ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ କୁକୁଡ଼ା ପାଳନ,ଅଦା ପ୍ରକ୍ରିୟା କରଣ କେନ୍ଦ୍ର, ବତକ ଓ ଗୁଣ୍ଡ୍ରି ପକ୍ଷୀ ଅଣ୍ଡା ହାଟଚଙ୍ଗ କେନ୍ଦ୍ର ପରିଦର୍ଶନ କରିଥିଲେ lପିଇବା ପାଣି ସମସ୍ୟା ସମାଧାନ ପାଇ ଆସନ୍ତା ଡିସେମ୍ବର ସୁଦ୍ଧା ଅଭେରହେଡ଼ ଟ୍ୟାଙ୍କ କରି ଜଳ ଯୋଗାଇବାକୁ କନିଷ୍ଟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଭୂମି ହୀନଙ୍କୁ ଘରଡ଼ିହ ଯୋଗାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ
ଏହାପରେ ଆନ୍ଦ୍ର ଓଡିଶା ସିମlନ୍ତବର୍ତ୍ତୀ ଲୋହାରୀଗୁଡା ଗସ୍ତ କରି ରାଜ୍ୟ ଅର୍ଥ କମିଶ, କେନ୍ଦ୍ର ଅର୍ଥ କମିଶନ ଓ ମନୋରେଗା ଯାଜନାରେ ସେଠାରେ ନିର୍ମିତ ସିସିରୋଡ଼ ଅନୁଧ୍ୟାନ କରିବା ସହିତ ଚାଉଳ, କିରିସିନୀ ଓ ବର୍ଦ୍ଧକ୍ଷ୍ୟ/ବିଧବା ଭତ୍ତା ପାଉଛନ୍ତି କି ନାହିଁ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ l ଗ୍ରାମରେ ନିର୍ମିତ ଡୁଆଲ ସୋଲାର ପମ୍ପ ଓ ସୋଲାର ଲାଇଟ ପ୍ରଜେକଟ ଅନୁଧ୍ୟାନ କରିଥିଲେ l ଗ୍ରାମ ବାସୀଙ୍କ ଅନୁରୋଧ କ୍ରମେ ତୁରନ୍ତ ଆଉ ଏକ ନଳକୂପ ଖାନନ ପାଇଁ କନିଷ୍ଟ ଯନ୍ତ୍ରୀଙ୍କୁ ବିର୍ଦ୍ଦେଶ ଦେଇଥିଲେ l ପ୍ରଥମ ଜିଲ୍ଲାପାଳ ଭାବେ ଆଜି ଏହି ଆନ୍ଦ୍ର ଓଡିଶା ସୀମାନ୍ତ ବର୍ତ୍ତୀ ଗ୍ରlମରେ ପହଂଚି ଜନସାଧାରଣଙ୍କ ସମସ୍ୟା ବୁଝିଥିବାରୁ ଗ୍ରାମବାସୀ ବହୁତ ଖୁସି ହୋଥିଲେ l
ଜିଲ୍ଲାପାଳଙ୍କ ଏହି ଗସ୍ତ ବେଳେ ପିଡି, ଡିଆରଡିଏ ଶ୍ରୀ ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳନରl,ଶ୍ରୀ ତାପସ ଭୋଇ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଅନ୍ୟାନ୍ୟ ବ୍ଲକସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ l









