ହେଡଲାଇନସ୍:

କୃଷକଙ୍କ ମୁହଁରେ ହସ ଆଣୁଛି ୟୁଏଆଇଏଲର ପ୍ରୋଜେକ୍ଟ ସୁଗନ୍ଧା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଶୀପୁରରୁ ବୈକୁଣ୍ଠ ଦୁରିଆ / ରାୟଗଡାରୁ ସରୋଜ ସାହୁ  : ରାୟଗଡା ଜିଲାର ଟିକିରି ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଗୁଜୁରାଣ ମେଣ୍ଟାଇବା କୃଷିକାର୍ଯ୍ୟରୁ ବ୍ୟବସାୟିକ ଭିତ୍ତିକ କୃଷିକୁ ରୂପାନ୍ତରଣ ସଂପ୍ରତି ଏକ ବାସ୍ତବତାରେ ପରିଣତ ହୋଇଛି ଏବଂ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏହାର ‘ପ୍ରୋଜେକ୍ଟ ସୁଗନ୍ଧା’ ପ୍ରୟାସ ଜରିଆରେ ସମ୍ମୁଖ ଭାଗରେ ରହି ଏହି ପରିବର୍ତ୍ତନର ବାହକ ହୋଇଛି ।

ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଏହି ସହଯୋଗୀ ସଂସ୍ଥାର ଯାତ୍ରା ୨୦୧୮ରେ ଆରମ୍ଭ ହୋଇଥିବାବେଳେ ତାହା ହିତାଧିକାରୀଙ୍କ ଆୟରେ ମଧ୍ୟ ସକାରାତ୍ମକ ପାର୍ଥକ୍ୟ ଆଣିଛି ।

ଏକ ନୂଆ ଫସଲ ଆପଣେଇବା କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରେ ରହିଥିବା ପ୍ରତିରୋଧ ଦୂର ହୋଇଯାଇଛି, କାରଣ କୃଷକମାନେ ସେମାନଙ୍କ ଲାଭକୁ ନେଇ ନିଶ୍ଚିତ ନଥିଲେ । ଏବେ ସେମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଛନ୍ତି ଏବଂ ୧୦୨ ଜଣ ଚାଷୀ ଲେମନ ଗ୍ରାସ ତୈଳ ବିକ୍ରି କରି ୨୯ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଛନ୍ତି । ଏହା ଗୋଟିଏ ମାତ୍ର ଦିଗ । ଏହି ପ୍ରକଳ୍ପ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିରେ ବୃଦ୍ଧି ଘଟାଇବା ସହିତ ଉଲ୍ଲେଖନୀୟ ଭାବରେ ଶ୍ରମ ଦିବସ ସୃଷ୍ଟି କରିପାରିଛି ।

ଏ କ୍ଷେତ୍ରରେ ଏକ ଚମକ୍ରାର ଉଦାହରଣ ହେଉଛନ୍ତି ନୂଆଗାଁ ଗ୍ରାମର ନୃସିଂହ ଦିଶାରୀ । ଲେମନ ଗ୍ରାସ ତୈଳ ବିକି୍ର ଜରିଆରେ ସେ କରିଥିବା ୧୭,୨୭୭ ଟଙ୍କା ଉପାର୍ଜନ ସମ୍ପର୍କରେ ପ୍ରକାଶ କରି ନୃସିଂହ କହିଛନ୍ତି, “କୌଣସି  ସମୟରେ ଏତିକି ପରିମାଣର ଟଙ୍କା ମୋ ହାତରେ କେବେ ଧରିନଥିଲି ।”

ଏ ସମ୍ପର୍କରେ ପ୍ରକାଶ କରି ୟୁଏଆଇଏଲ୍‍ର ୟୁନିଟ ହେଡ ଶ୍ରୀ ମଜହର ବେଗ୍‍ କହିଛନ୍ତି, “ଏହି ପ୍ରକଳ୍ପ ଅଧୀନରେ ଆମେ ଲେମନ ଗ୍ରାସ ଚାଷଠାରୁ ନେଇ ମୂଲ୍ୟଯୁକ୍ତ କରିବା ଏବଂ ଲେମନ ଗ୍ରାସ ତୈଳ ବିକ୍ରି ପର୍ଯ୍ୟନ୍ତ ସବୁକିଛି ଗୋଟିଏ ସ୍ଥାନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେଉଛୁ । ଏହି ପାଇଲଟ କାର୍ଯ୍ୟକ୍ରମ ଅନେକ ଦୂର ଅତିକ୍ରମ କରିସାରିଛି, ଯାହା ଏବେ ୧୬ଟି ଗ୍ରାମକୁ ସମ୍ପ୍ରସାରିତ ହୋଇଛି ଏବଂ ୨୦୨୦-୨୧ରେ ୧୪୭ ଜଣ ଚାଷୀ ୧୯୮ ଏକର ଜମିରେ ଲେମନ ଗ୍ରାସ ଚାଷ କରିଛନ୍ତି । ୨୦୧୮-୧୯ରେ ମାତ୍ର ଗୋଟିଏ ଗ୍ରାମରେ ୧୨ ଜଣ ଚାଷୀ ୨୦ ଏକର ଜମିରେ କରିଥିବା ଚାଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ବିପୁଳ ଉନ୍ନତି ଆସିଛି ।”

ଲେମନ ଗ୍ରାସର ଉତ୍ପାଦକତା  ବୃଦ୍ଧି ପାଇଁ କୃଷକମାନଙ୍କୁ ଉଚ୍ଚ ମାନର କଞ୍ଚାମାଲ (ବିହନ, ସାର ଏବଂ କୀଟନାଶକ), କୃଷି ପରାମର୍ଶଦାତା ସେବାଏବଂ ଜଳସେଚନ ସୁବିଧା ଆଦି ସରକାରଙ୍କ ସହିତ ସମନ୍ୱୟ ରକ୍ଷାକରି ଯୋଗାଇ ଦିଆଯାଉଛି । ମୂଲ୍ୟଯୁକ୍ତ କରିବାକୁ ୟୁଏଆଇଏଲର ଦୁଇଟି

ତୈଳ ନିଷ୍କାସନ ୟୁନିଟ ଯଥା- ଯୋଗିପାରିତୁନ୍ଦା ଏବଂ ସୋରିଷପଦର ଏହି କାର୍ଯ୍ୟ କରୁଛି । ଏସବୁର ଊଦ୍ଧ୍ୱର୍ରେ କମ୍ପାନୀ ଅଧିକ ଆୟ ଏବଂଲେମନ ଗ୍ରାସ ତୈଳ କୃଷକଙ୍କ ଦ୍ୱାରଦେଶରେ ବିକ୍ରି ସୁବିଧା ଯୋଗାଇ ଦେବାକୁ କୃଷକ-ବ୍ୟବସାୟୀ ବୈଠକ ଆୟୋଜନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ଗତ ଦୁଇବର୍ଷ ଧରି ସ୍ଥାନୀୟ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ପରେ ଏହି ପ୍ରକଳ୍ପ ସଂପ୍ରତି ଅନ୍ୟ ସ୍ଥାନକୁ ସଂପ୍ରସାରିତ ହେଉଛି ଏବଂ କମ୍ପାନୀ ପଡୋଶୀ ଗ୍ରାମଗୁଡିକରେ ସେହି ସମାନ ବ୍ୟବସାୟିକ ମଡେଲ କାର୍ଯ୍ୟକାରୀ କରୁଛି । “ଆମେ ଏହି କାର୍ଯ୍ୟକ୍ରମ ଆଗାମୀ ଦିନଗୁଡିକରେ ୨୭୬ କୃଷକ, ୩୨ଟି ଗ୍ରାମ ଏବଂ ୩୫୦ ଏକର ଜମିରେ ପହଞ୍ଚାଇବା ସହିତ ୩ଟି ତୈଳ ନିଷ୍କାସନ ୟୁନିଟ ସ୍ଥାପନ ଯୋଜନା କରିଛୁ,” ବୋଲି ଶ୍ରୀ ବେଗ୍‍ କହିଛନ୍ତି । ସେ ପୁନଶ୍ଚ କହିଛନ୍ତି ଯେ, ପ୍ରୋଜେକ୍ଟ ସୁଗନ୍ଧାର ସଫଳତାର କାହାଣୀ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ଦିଗରେ ଆମର ସିଏସଆର ଲକ୍ଷ୍ୟକୁ ବିସ୍ତାରିତ ଭାବେ ବର୍ଣ୍ଣନା କରୁଛି ଏବଂ ଅନ୍ୟମାନେ ତାହା ଅନୁସରଣ କରିବାକୁ ଏକ ଉଦାହରଣ ହୋଇଛି ।

ଏକ ଦାୟିତ୍ୱସଂପ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପ୍ରତି ଅବଦାନ ରଖିବାକୁ ନିରନ୍ତର ଭାବରେ ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ୫ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ରାଜ୍ୟର ୫ଟି ଜିଲାରେ ୧୨୮ଟି ଗ୍ରାମର ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର ସିଏସଆର କାର୍ଯ୍ୟକ୍ରମଗୁଡିକ ଆଦିତ୍ୟ ବିର୍ଲା ସେଣ୍ଟର ଫର କମୁ୍ୟନିଟି ଇନିସିଏଟିଭ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଦ୍ୱାରା କାର୍ଯ୍ୟକାରୀ ହେଉଛି ଯାହାର ଅଧ୍ୟକ୍ଷା ହେଉଛନ୍ତି ଶ୍ରୀମତୀ ରାଜଶ୍ରୀ ବିର୍ଲା । ଆମେ ବ୍ୟବସାୟ ପରିଚାଳନା କରୁଥିବା ଗୋଷ୍ଠୀ ଗୁଡିକର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ସକ୍ରିୟ ଭାବରେ ଅବଦାନ ରଖିବା ହେଉଛି ତାଙ୍କର ଲକ୍ଷ୍ୟ । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ଉନ୍ନତ ଓ ଦୀର୍ଘସ୍ଥାୟୀ ଜୀବନ ଧାରଣର ସୁଯୋଗ ସୃଷ୍ଟି କରିବା ଏବଂ ଦେଶର ମାନବ ସମ୍ବଳ ସୂଚକାଙ୍କରେ ବୃଦ୍ଧି ଘଟାଇବାକୁ ଶ୍ରୀମତୀ ବିର୍ଲା କହିଆସୁଛନ୍ତି ।  

0
0
0
s2sdefault