"ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ଓ ପ୍ରୋତ୍ସାହନର ସୁଫଳ ପାଇଛି ଭାରତୀୟ ହକି ଦଳ"
ଭୁବନେଶ୍ୱର : ୪୧ ବର୍ଷ ପରେ ଭାରତକୁ ଅଲମ୍ପିକ ହକି ପଦକ ମିଳିଛି । ହକି ପଦକ ମିଳିଥିବାରୁ ସାରା ଦେଶରେ ଖୁସିର ଲହର। ଏ ନେଇ ପଚାଂୟତିରାଜ , ପାନୀୟଜଳ , ଆଇନ ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭାରତୀୟ ହକି ଦଳକୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଏହି ଖୁସିର ସବୁଠାରୁ ବଡ ଭାଗିଦାରୀ ରହିଛି ଓଡିଶା । ୨୦୧୮ ମସିହାରୁ ଓଡିଶା ସରକାର ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି । ଦୁରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଭାରତୀୟ ହକି ଦଳ କିପରି ବିଶ୍ୱ କ୍ରୀଡାରେ ବିଶେଷ ସ୍ଥାନ ହାସଲ କରିବାକୁ ସକ୍ଷମ ହୋଇ ପାରିବ ସେ ନେଇ ଭିତିଭୂମି , ପାଂଠି ଓ ବିଶ୍ୱ ସ୍ତରୀୟ ଟୁର୍ଣ୍ଣାମେଂଟ ଆୟୋଜନ କରି ଆସୁଛନ୍ତି । ବର୍ତମାନ ଏହାର ସୁଫଳ ମିଳିଛି । ସେଥିପାଇଁ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହିତ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।








