ହେଡଲାଇନସ୍:

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଟିମର କ୍ୟାପଟେନ ମନପ୍ରୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ଅଲିମ୍ପିକ ପଦକ ବିଜୟୀ ଭାରତୀୟ ହକି ଟିମର କ୍ୟାପଟେନ ମନପ୍ରୀତ ସିଂ |

ଏକ ଭିଡିଓ ବାର୍ତ୍ତାରେ ମନପ୍ରୀତ କହିଁଛନ୍ତି " ଅଲିମ୍ପିକରେ ଭାରତୀୟ ଦଳର ପଦକ ବିଜୟ ଆମପାଇଁ ସ୍ୱତନ୍ତ୍ର ମୁହୂର୍ତ୍ତ | ମୁଁ ଏ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଂକୁ ସ୍ୱତନ୍ତ ଧନ୍ୟବାଦ ଜଣାଇବି , ଯେ କି ଆମର ଏ ଯାତ୍ରାରେ ସବୁବେଳେ ଆମ ସହିତ ରହି ଆସିଛନ୍ତି ଓ ସମର୍ଥନ ଯୋଗାଇ ଆସିଛନ୍ତି | ହକିକୁ ନେଇ ତାଙ୍କ ଭିଜନ ଓ ପ୍ରୋତ୍ସାହନ ଆମକୁ ଯଥେଷ୍ଟ ଉତ୍ସାହିତ କରି ଆସିଛି | ସମସ୍ତେ କ୍ରିକେଟକୁ ସମର୍ଥନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ପ୍ରୋତ୍ସାହନ ଦେଇଛନ୍ତି | ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଭିଜନର ଫଳ  ଆଜି ମିଳିଛି |" ବୋଲି କହିଛନ୍ତି ମନପ୍ରୀତ |

0
0
0
s2sdefault