ହେଡଲାଇନସ୍:

ଅମୃତ ମହୋତ୍ସବ ଅବସରରେ“ମେରା ମାନ,ମେରା ରାଷ୍ଟ୍ରଗାନ”ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତଙ୍କୁ  “ମେରା ମାନ,ମେରା ରାଷ୍ଟ୍ରଗାନ” ଅଭିଯାନରେ ସାମିଲ ହେବାକୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା “ମେରା ମାନ, ମେରା ରାଷ୍ଟ୍ରଗାନ” ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଆପଣମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ ହେବାକୁ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ପୋଷ୍ଟ କରି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି  । ଅମୃତ ମହୋତ୍ସବ ପାଳନ କରିବା ପାଇଁ ଆମେ ପ୍ରସ୍ତୁତ । ଏହି ଅବସରରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଏକ ଅଭିନବ ଜନଆନ୍ଦୋଳନ  କରାଯାଉଛି । “ମେରା ମାନ, ମେରା ରାଷ୍ଟ୍ରଗାନ”– ଏପ୍ରକାର ଏକ ଅଭିଯାନ ଆରମ୍ଭ କରାଯାଇଛି । ଓଡ଼ିଶା ସମେତ ଦେଶର ସମସ୍ତ ନାଗରିକ ବ୍ୟକ୍ତିଗତ ଭାବେ ରାଷ୍ଟ୍ରଗାନକୁ ଗାଇବା ପରେ ସେହି ଭିଡ଼ିଓକୁ  www.rashtragaan.in ରେ ଅପଲୋଡ଼ କରିବାକୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

ଅଗଷ୍ଟ ୧୪ ଭିଡ଼ିଓ ଅପଲୋଡ଼୍ କରିବାର ଶେଷ ତାରିଖ ନିର୍ଦ୍ଧାରିତ ହୋଇଥିବା ବେଳେ ଅଗଷ୍ଟ ୧୫ରେ ସାମୂହିକ ଭାବେ ଏକାଠି ହୋଇଥିବା ସମସ୍ତଙ୍କ ବ୍ୟକ୍ତିଗତ ରାଷ୍ଟ୍ରଗାନର ସ୍ୱରକୁ ଉପସ୍ଥାପିତ କରାଯିବ । ଏହା ଏକ ଅଭିନବ ଜନଆନ୍ଦୋଳନରେ ପରିଣତ ହେବ । ଏହି ଅଭିଯାନରେ ସାମିଲ ହୋଇ ଅମୃତ ମହୋତ୍ସବକୁ ନିଆରା ଢ଼ଙ୍ଗରେ ପାଳନ କରିବାକୁ ଶ୍ରୀ ପ୍ରଧାନ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

 

0
0
0
s2sdefault