ହେଡଲାଇନସ୍:

ଦୁଇ ଓଡିଆ ହକି ଅଲିମ୍ପିଆନଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର : ଟୋକିଓ ଅଲିମ୍ପିକରେ ପଦକ ବିଜୟୀ ହୋଇଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଅମିତ ରୋହିଦାସଙ୍କ ଭାଇ ରଞ୍ଜନ ରୋହିଦାସ ଓ ତାଙ୍କ ମା ସର୍ବୋପରି ବୀରେନ୍ଦ୍ର ଲାକ୍ରାଙ୍କ ମା ମେରୀ ଲାକ୍ରା ମଧ୍ୟ ଭାରତୀୟ ହକି ଦଳର ସଫଳତାକୁ ନେଇ ଖୁସିବ୍ୟକ୍ତ କରିଥିଲେ |

ଉଭୟ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ | ଏହି ଆଲୋଚନା ବେଳେ ପୂର୍ବତନ ହକି କ୍ୟାପଟେନ ଦିଲ୍ଲୀପ ତିର୍କି ଉପସ୍ଥିତ ରହି ଭାରତୀୟ ହକି ଦଳର ଏ ସଫଳତା ପଛରେ ରହିଥିବା ଅବଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ | ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ |  

0
0
0
s2sdefault