ହେଡଲାଇନସ୍:

ସରିଲା ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷା, ଖୋଲିଲା ମହାପ୍ରଭୁ ନୃସିଂହନାଥଙ୍କ ମନ୍ଦିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋଭିଡ଼ ନିୟମାବଳୀ ମାନିବାକୁ ଶ୍ରଦ୍ଧାଳୁ ବାଧ୍ୟ 

ବରଗଡ :- ବରଗଡ଼ ଜିଲ୍ଲାପାଳ ଙ୍କର ନିର୍ଦେଶ କ୍ରମେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ମନ୍ଦିର ଖୋଲିବା ଆରମ୍ଭ ହୋଇଯାଇଛି । ଏହିକ୍ରମ ରେ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ମଧ୍ୟ ଖୋଲିଯାଇଛି । ଆଜି ସକାଳେ ପାଇକମାଲ ବିଡ଼ିଓ ତଥା ମନ୍ଦିରର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର କୁମାର ମେହେର ଙ୍କର ଅଧ୍ୟକ୍ଷତା ରେ ମନ୍ଦିର ପରିସରରେ ଥିବା ଅତିଥି ନିବାସରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ ମନ୍ଦିର ଖୋଲିବା ସମୟରେ କେଉଁ ସବୁ ପଦକ୍ଷେପ ଗ୍ରହଣ କରାଯିବ ଏହା ଉପରେ ଆଲୋଚନା କରାଯାଇଥିଲା । ହୋଇଥିବା ନିଷ୍ପତ୍ତି ଅନୁସାରେ ମନ୍ଦିର ଭିତରରେ ମାକ୍ସ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖାଯିବ ସହିତ ସାନିଟାଇଜର ଓ ଥର୍ମାଲ ସ୍କନିଂ ଉପରେ ଗୁରୁତ୍ୱ ଦିଆ ଯାଇଥିଲା । ଶ୍ରଦ୍ଧାଳୁ ମାନେ ଏକ ନିର୍ଦିଷ୍ଟ ଦୁରତାରୁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ , ମନ୍ଦିର ଭିତରକୁ ପ୍ରସାଦ ସାମଗ୍ରୀ , ଫୁଲ , ଦୀପ ଆଦି ନେଇ ପାରିବେ ନାହିଁ ।

ବୈଠକ ସମାପ୍ତ ହେବା ପରେ ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ବରିଷ୍ଠ ସେବାୟତ ଶ୍ରୀ ସୁବୋଧ ପଣ୍ଡା , ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ଼ ସଥପଥୀ , ସାମ୍ବାଦିକ ଶ୍ରୀ ସୁରଥ କୁମାର ସାହୁ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଙ୍କର ଉପସ୍ଥିତ ରେ ଜନସାଧାରଣ ଙ୍କର ଦର୍ଶନ ନିମନ୍ତେ ମନ୍ଦିର ଦୀର୍ଘ ଚାରି ମାସ ପରେ ଖୋଲା ଯାଇଥିଲା । ଦୀର୍ଘ ଚାରି ମାସ ପରେ ମହାପ୍ରଭୁଙ୍କ ଦର୍ଶନ ପାଇ ମନ୍ଦିର ପରିସରରେ ଉପସ୍ଥିତ ଶ୍ରଦ୍ଧାଳୁ , କର୍ମଚାରୀ ଓ ଅଧିକାରୀ ମାନେ ଅତି ଆନନ୍ଦିତ ଥିବା ଦେଖିବାକୁ ମିଳିଛି । ବର୍ତମାନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦଶ ବର୍ଷରୁ କମ , 65 ବର୍ଷରୁ ଅଧିକ କିମ୍ବା ଗର୍ଭବତୀ ମହିଳା ମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ରହିବ । ତେବେ ମନ୍ଦିର କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ନିଶ୍ଚିତ ଭାବରେ ସରକାର ଙ୍କର ଦ୍ୱାରା ନିର୍ଦ୍ଧାରିତ ନିୟମାବଳୀ କୁ ଦୃଢ଼ତା ର ସହିତ ପାଳନ କରିବାକୁ ନିବେଦନ କରିଛନ୍ତି ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ।

0
0
0
s2sdefault