କରିତକର୍ମା ଟେକ୍ନିସିଆନଙ୍କର ନିକଟରୁ ଏକ କୋଟି ଉଣେଇଶି ଲକ୍ଷ ଟଙ୍କାର ସମ୍ପତ୍ତି ଠାବ
ବରଗଡ :- କିଶୋର ଚନ୍ଦ୍ର ପ୍ରଧାନ , ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟରେ ଚକ୍ଷୁ ବିଭାଗର ଟେକ୍ନିସିଆନ ଭାବରେ କାର୍ଯ୍ୟରତ ଥିଲେ । ଏହା ବ୍ୟତୀତ ନିଜକୁ ନିଜେ ଚକ୍ଷୁ ରୋଗ ବିଶେଷଜ୍ଞ ସଜାଇ ଉପଖଣ୍ଡର ବିଭିନ୍ନ ସ୍ଥାନକୁ। ଯାଇ ରୋଗୀ ମଧ୍ୟ ଦେଖୁଥିଲେ । ବାବୁ ଡାକ୍ତରଖାନାରେ କମ ଓ ବିଭିନ୍ନ କ୍ଲିନିକ ଓ ଚଷମା ଦୋକାନ ରେ ବେଶୀ ସମୟ ଦର୍ଶନ ଦିଅନ୍ତି । ଏହା ଭିତରେ ବାବୁ ଅନେକ ଉପାୟ କରି ଅନେକ ସମ୍ପତ୍ତି ଠୁଳ କରିସାରିଥିଲେ । ବାବୁ ଜଣକଙ୍କର ବାବଦରେ ଜାଣିବା ପରେ , ଗତକାଲି ବାବୁ ଙ୍କର ଘରେ ପଡିଥିଲା ଭିଜିଲାନ୍ସ ରେଡ଼ । ରେଡ଼ ସମୟରେ ଭିଜିଲାନ୍ସ କୁ ଯାହା ମିଳିଛି ସେ ବାବଦରେ ଅବଗତ କରାଇଛନ୍ତି ଭିଜିଲାନ୍ସ ଏସ ପି ।
ବାବୁ ଙ୍କର ଏକ ଦୁଇ ମହଲା ବିଶିଷ୍ଟ ଘର , ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାରିଗୋଟି ପ୍ଲଟ , ଯାହାର ମୂଲ୍ୟ ପ୍ରାୟ ଏକାନବେ ଲକ୍ଷ ଟଙ୍କାରୁ ଉର୍ଦ୍ୱ , ସାଢେ ଆଠ ଲକ୍ଷ ଟଙ୍କାରୁ ଉର୍ଦ୍ବ ମୂଲ୍ୟର ସୁନା ଗହଣା ଓ ଅସବାଵ | ବାବୁଙ୍କ ଘରୁ ଭିଜିଲାନ୍ସ କୁ ପନ୍ଦର ହଜାର ଟଙ୍କା ନଗଦ ମିଳିଥିବା ବେଳେ ବ୍ୟାଙ୍କରେ ରହିଛି ଅନେଇସି ଲକ୍ଷ ତେପନ ହଜାର ଟଙ୍କା । ଏହା ସହିତ ବାବୁ ବୀମା ପାଇଁ ଦେଇଛନ୍ତି ଛଅ ଲକ୍ଷ ଟଙ୍କାରୁ ଉର୍ଧ୍ଵ । ଦୁର୍ନୀତି ରୋକିବା ପାଇଁ ଯେତେ ଯାହା କଲେ ବି ଏହି ଭଳି କିଛି ବାବୁଙ୍କୁ ସୁଧାରିବା କଠିନ ହୋଇ ପଡୁଛି । ବର୍ତ୍ତମାନ ବାବୁ ଜଣକ ଭିଜିଲାନ୍ସ ହେପଜାତରେ ଥିବା ବେଳେ ଦେଖିବାକୁ ବାକି ରହିଲା ଯେ ସ୍ୱାସ୍ଥ୍ୟ ବିଭାଗ ଏହି କରିତକର୍ମା ବାବୁଙ୍କର କଣ ଚିକିତ୍ସା କରିବ ।








