ହେଡଲାଇନସ୍:

ରାଜ୍ୟ ସରକାରଙ୍କର ଦ୍ୱାରା ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ କୋଭିଡ ସହାୟତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  • ବର୍ତ୍ତମାନ ସୁଦ୍ଧା ପ୍ରାୟ ସତର ଲକ୍ଷ ଶ୍ରମିକଙ୍କର ଏକାଉଣ୍ଟ ରେ ଟଙ୍କା ପଡି ସାରିଲାଣି ଟଙ୍କା 

  • ଆଧାର ସଂଯୁକ୍ତ  ତଥା ଡ଼ିବିଟି  ସକ୍ଷମ ହୋଇନଥିବା ଏକାଉଣ୍ଟରେ ଟଙ୍କା ପଡିବାରେ ହେଉଛି ବିଳମ୍ବ 

ବ୍ୟାଙ୍କରେ  ଆଧାର ଲିଙ୍କ କରି ନଥିବା ସକ୍ରିୟ ପଞ୍ଜୀକୃତ ନିର୍ମାଣ  ଶ୍ରମିକ ଆଧାର ସହ ବ୍ୟାଙ୍କ୍ ଖାତାକୁ ଯୋଡ଼ିବା ସହ ଡ଼ିବିଟି ସକ୍ଷମ କରାଇବା ପାଇଁ ଅନୁରୋଧ କଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ 

ବରଗଡ :- କୋରୋନା ର ପ୍ରକୋପରେ ସାରା ବିଶ୍ୱ ଥରହର ହେବା ସହିତ ଅନେକ ଦେଶର ଅର୍ଥନୀତି ଭୁଶୁଡି ଯାଇଛି । ମହାମାରୀ ପାଇଁ ସିଧାସଳଖ ଲୋକ ମାନେ ଅନେକ ପ୍ରକାର ଆର୍ଥିକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ଶ୍ରମିକ ଶ୍ରେଣୀର ସାଧାରଣ ଲୋକଙ୍କ ପାଇଁ ଜୀବନ ଜୀବିକା ସମସ୍ୟା ଦେଖାଦେଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟରେ ପଞ୍ଜିକୃତ ପ୍ରାୟ ଛବିଷ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶା ରାଜ୍ୟ ଶ୍ରମ ବିଭାଗ  ତରଫରୁ  ନିର୍ମାଣ ଶ୍ରମିକଙ୍କୁ ୧୫୦୦/- ଟଙ୍କା ଲେଖାଏଁ କୋଭିଡ୍ ସହାୟତା DBT ମାଧ୍ୟମରେ ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ସତର ଲକ୍ଷ ଶ୍ରମିକଙ୍କର ଏକାଉଣ୍ଟ ରେ ଟଙ୍କା ପଡି ସାରିଥିବା ବେଳେ ବାକି ଶ୍ରମିକ ମାନଙ୍କର ବ୍ୟାଙ୍କରେ  ଆଧାର ଲିଙ୍କ ନଥିବାରୁ ଟଙ୍କା ଜମା ହେବାରେ ବିଳମ୍ବ ହେଉଥିବା ଜଣାପଡିଛି |

ସକ୍ରିୟ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ୱେବସାଇଟ୍- http://labour.odisha.gov.in  କୁ ଯାଇ 'ସ୍ବୟଂ ପରୀକ୍ଷଣ (Self Verification)' ଲିଙ୍କ୍ ରେ ସେମାନଙ୍କର ଦେୟ ସ୍ଥିତି ଯାଞ୍ଚ୍ କରି ପାରିବେ । ଦେୟ ପ୍ରଦାନ ହୋଇ ନଥିଲେ ସେମାନେ ଏଠାରେ ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ, ମୋବାଇଲ୍ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଯାଞ୍ଚ୍ କରି ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । ଏହି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ  ଶ୍ରମ ବିଭାଗ ଦ୍ଵାରା ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର-୧୫୫୩୩୫ ରେ ଯୋଗାଯୋଗ କରିବା ପାଇଁ ମଧ୍ୟ ମନ୍ତ୍ରୀ ଅନୁରୋଧ କରିଛନ୍ତି । ଆଧାର ସହତ ବ୍ୟାଙ୍କ୍ ଖାତା ସଂଯୋଗ ହୋଇ ନଥିଲେ, ସକ୍ରିୟ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନେ ଯଥାଶୀଘ୍ର ବ୍ୟାଙ୍କ୍ ଯାଇ ନିଜ ଆଧାର ସହ ବ୍ୟାଙ୍କ୍ ଖାତାକୁ ଯୋଡ଼ି ଏହାକୁ DBT  ସକ୍ଷମ କରାଇବା ପାଇଁ ପରାମର୍ଶ ଦିଆଯାଇଛି । ଯାହା ଫଳରେ  ତାଙ୍କର ବ୍ୟାଙ୍କ୍ ଖାତାକୁ ସିଧାସଳଖ ସ୍ବତନ୍ତ୍ର କୋଭିଡ୍ ସହାୟତା ରାଶି ତୁରନ୍ତ ପଠାଇବାରେ ଖୁବ୍ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂ ଜଣାଇଛନ୍ତି ।

 

0
0
0
s2sdefault