ହେଡଲାଇନସ୍:

ଶ୍ରୀଶ୍ରୀହରି ବଳଦେବ ଜୀଉଙ୍କ ମନ୍ଦିରରେ ନିମ୍ନମାନର ନବୀକରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିମ୍ନମାନର ନିର୍ମାଣ କାର୍ଯ୍ୟ ସହ ମନ୍ଦିରର ସଂସ୍କୃତିକୁ ଅଣଦେଖା  କରୁଛି ଠିକା ସଂସ୍ଥା : ପ୍ରତିବାଦରେ ଧାରଣା ଦେଲେ ସେବାୟତ

ବାରିପଦା/ ଦିଲ୍ଲୀପ କୁମାର ମହାନ୍ତି : ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ବାରିପଦାର ଶ୍ରୀଶ୍ରୀ ହରି ବଳଦେବ ଜୀଉ ମହାପ୍ରଭୁଙ୍କ ମନ୍ଦିରର ନିମ୍ନମାନର ନବୀକରଣ ଓ ସୌନ୍ଦର୍ୟକରଣ କାର୍ଯ୍ୟ ପ୍ରତିବାଦରେ ଧାରଣା ଦେଲେ ସେବାୟତ। ସୂଚନା ଅନୁଯାୟୀ, ୨୦୧୯ ସାଧାରଣ  ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ଶ୍ରୀଶ୍ରୀ ହରି ବଳଦେବ ଜୀଉ ମହାପ୍ରଭୁଙ୍କ ଦର୍ଶନରେ ଆସିଥିବା ବେଳେ ମନ୍ଦିରର ନବୀକରଣ କାର୍ଯ୍ୟ ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବାକୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।  

ଏଥିସହିତ ବିଭିନ୍ନ ସମୟରେ ସେବାୟତମାନେ ଦାବୀ ଓ ଆନ୍ଦୋଳନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ପାଇଁ ୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିବା ପରେ ଓଡିଶା ସରକାରଙ୍କ ୱାର୍କ୍ସ ଡିପାର୍ଟମେଣ୍ଟ ଅଧୀନରେ ଭୁବନେଶ୍ୱର ଓବିସିସି ସଂସ୍ଥା ମାଧ୍ୟମରେ ମନ୍ଦିରର ନବୀକରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସମୟରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ନିମ୍ନମାନର କରିବା ସହ ମନ୍ଦିରର ସଂସ୍କୃତିକୁ ଅଣଦେଖା ପ୍ରଦର୍ଶନ ପୂର୍ବକ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।  ସେବାୟତମାନଙ୍କ ଅଭିଯୋଗ ମୁତାବକ ମନ୍ଦିରର ଭଲ ସ୍ଥାନ ତଥା ପୂର୍ବରୁ ନିର୍ମାଣ କାର୍ଯ୍ୟ ହୋଇଥିବା ବିଭିନ୍ନ ସ୍ଥାନଗୁଡିକୁ ଭାଙ୍ଗି ନଷ୍ଟ କରାଯାଉଛି । ଯାହା ଆବଶ୍ୟକତା ଅଛି ତାହା କରାଯାଉ ନାହିଁ । ମହାପ୍ରଭୁଙ୍କ ରନ୍ଧନଶାଳର ନିର୍ମାଣ ଠିକ ଭାବରେ ହୋଇ ନଥିବାରୁ ସେବାୟତମାନଙ୍କୁ ହଇରାଣ ହେବାକୁ ପଡୁଛି । ସେହିପରି ମନ୍ଦିର ପାହାଚ, ନାଟ ମନ୍ଦିର ଆଦି ସ୍ଥାନରେ ଖଣ୍ଡଲାଇଟ ଟାଇଲ ଲଗାନଯାଇ ଗ୍ରାନାଇଟ ଲଗାଯିବା ଫଳରେ ପାଣିପଡି ସହଜରେ ଖସଡା ହୋଇ ଯାଉଥିବାରୁ ବିଭିନ୍ନ ସମୟରେ ସେବାୟତ ମାନେ ପାଦ ଖସାଇ ପଡିଯାଇ ଆହତ ହେଉଛନ୍ତି ଏବଂ ଆଗାମୀ ଦିନରେ ମନ୍ଦିର ସମ୍ପୂର୍ଣ୍ଣ ଖୋଲା ଗଲେ ଭକ୍ତମାନେ ମଧ୍ୟ ପଡି ଆହତ ହେବେ । ମନ୍ଦିର ବେଢା ଭିତରେ ପୂର୍ବରୁ ରହିଥିବା ମାଙ୍କଡା ପଥରକୁ ନଉଠାଇ ତା ଉପରେ ଖଣ୍ଡଲାଇଟ ମାର୍ବଲ ଲଗାଯାଉଛି । ଏଣୁ ଚାଲିଥିବା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଠିକ ଭାବରେ ନିର୍ମାଣ କରାଯିବା, ଜାରି ରହିଥିବା ନିମ୍ନମାନର କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଯିବା,  ନବୀକରଣ ନାମରେ ସଂସ୍କୃତିକୁ ନଷ୍ଟ କରାନଯିବା ଆଦି ଦାବୀରେ ସେବାୟତମାନେ ଅଗଷ୍ଟ ୪ ପୂର୍ବାହ୍ନ ୯ଟା ସମୟରେ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଧାରଣାରେ ବସିଥିଲେ। 

0
0
0
s2sdefault