ହେଡଲାଇନସ୍:

ୟୁପିଆଇ / ଭୀମ ମାଧ୍ୟମରେ ଟିକେଟ୍ ବୁକିଂ ଉପରେ 5% ରିହାତି |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେବଳ କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ପାଇଁ ପ୍ରଯୁଜ୍ୟ |

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ BHIM ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆପ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ 5% ରିହାତି ପ୍ରଦାନ କରୁଛି | କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ | ଏକ ଶତ ଟଙ୍କା କିମ୍ବା ତଦୁର୍ଦ୍ଧ ମୂଲ୍ୟ ଉପରେ ଟିକେଟ୍ ବୁକ ପାଇଁ ଏହି ରିହାତି ପ୍ରଯୁଜ୍ୟ ହେବ | ତେବେ ପ୍ରତି ଟିକେଟ ଉପରେ ସର୍ବାଧିକ 50 ଟଙ୍କା  ରିହାତି ମିଳିବ | ଏହିପରି ରିହାତି କେବଳ ସଂରକ୍ଷଣ କାଉଣ୍ଟରରେ ପ୍ରଥମ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ | ପ୍ରଥମ ଚାର୍ଟ ପ୍ରସ୍ତୁତି ପରେ, ଏହି ରିହାତି ପ୍ରଯୁଜ୍ୟ ହେବ ନାହିଁ |

ଯାତ୍ରୀମାନଙ୍କୁ ସଂରକ୍ଷଣ / ବୁକିଂ କାଉଣ୍ଟର ଠାରେ ଟିକେଟ୍ ବୁକ୍ କରୁଥିବାବେଳେ ଯାତ୍ରୀ ମାନେ ଏହି ସୁବିଧା ପାଇବାପାଇଁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଅଛି |

 

0
0
0
s2sdefault