ହେଡଲାଇନସ୍:

କାହିଁକି କହନ୍ତି ଡାକ୍ତର ଦେବଦୂତ ବୋଲି !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସତରେ, ଡାକ୍ତର ହେବ ତ ଏମିତି 

ବରଗଡ :- ଡାକ୍ତର , ଏହି ଶବ୍ଦଟି କାନରେ ପଡିବା ମାତ୍ରେ ମନ ଭିତରେ ନୂତନ ଆଶା ଓ ଆସ୍ଥାର ସଂଚାର ହୋଇ ଯାଇଥାଏ । ଆଧୁନିକ ଯୁଗରେ ଭଗବାନ ଙ୍କର ଅନ୍ୟ ରୂପ ହେଉଛନ୍ତି ଡାକ୍ତର । ବର୍ତ୍ତମାନ ଅନେକ ଡାକ୍ତର ଏହି ମହାନ ଡାକ୍ତରୀପେଷାକୁ ଅର୍ଥ ଲୋଭରେ ବଦନାମ କରି ସାରିଥିବା ବେଳେ ଏମିତି ଅନେକ ଡାକ୍ତର ଅଛନ୍ତି ଯେଉଁମାନେ କି ରୋଗୀ ସେବା ପ୍ରତି ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରି ରଖିଛନ୍ତି । ଏହି ଭଳି ଜଣେ ଡାକ୍ତର ହେଉଛନ୍ତି ଡାକ୍ତର ସୁଶାନ୍ତ ସାହୁ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପବିତ୍ର ପୁଣ୍ୟପୀଠ ଠାରୁ ମାତ୍ର ପାଞ୍ଚ ମିନିଟର ଦୂରରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯରତ ଅଛନ୍ତି ଡାକ୍ତର ସାହୁ । ବରଗଡ ଜିଲ୍ଲା ସୋହେଲା ବ୍ଲକ ନଅଗାଁ ନିବାସୀ କୃଷକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଙ୍କର ସୁପୁତ୍ର ଶ୍ରୀ ସୁଶାନ୍ତ । 

ଗତ ମାସ ବରଗଡ଼ ନିକଟସ୍ଥ ଜମୁରଡା ଗ୍ରାମର ଆଦିତ୍ୟ ସେଠ ନାମକ ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ମସ୍ତିଷ୍କ ଗତ ବାତ ରୋଗର ଚିକିତ୍ସା ନିମନ୍ତେ ଭର୍ତି ହୋଇଥିଲେ । ଅତ୍ୟନ୍ତ ଗରିବ ପରିବାର ର ହୋଇଥିବା କାରଣରୁ ଓ ପରିବାର ରେ କେବଳ ତାଙ୍କର ମାଆ ଙ୍କର ବ୍ୟତୀତ ଅନ୍ୟ କେହି ନଥିବା କାରଣରୁ ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର ଘୋର ଅଭାବ ରହିଥିଲା । ପରିବାର ରେ ମାଆ ପୁଅ ଦୁଇ ଜଣ ପ୍ରାଣୀ । ପୁଅ କୁଳିମଜୁରୀ କାମ କରି ଯାହା ଆଣୁଥିଲା ସେଥିରେ କଷ୍ଟେ ମଷ୍ଟେ ମାଆ ପୁଅ ଚଳୁଥିଲେ । ପୁଅ ରୋଗଗ୍ରସ୍ତ ହେବା ପରେ ପୁଅର ଚିକିତ୍ସା ପାଇଁ ବରଗଡ଼ , ବୁର୍ଲା , ବିଶାଖାପଟନାମ ଦୌଡ଼ି ଦୌଡ଼ି ରୋଗ ଭଲ ନ ହେବାରୁ ଶେଷରେ ମାଆ ତାକୁ ଆଣି ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ ଭର୍ତ୍ତି କରିଥିଲେ । ଏଠି ଭର୍ତି ହେବା ସମୟରେ ଆଦିତ୍ୟ ର ଅବସ୍ଥା ଅନେକ ଖରାପ ଥିଲା । ଚିକିତ୍ସା ପାଇଁ  ଧର୍ଯ୍ୟ ର ସହିତ ଅର୍ଥର ମଧ୍ୟ ଆବଶ୍ୟକତା ଥିଲା । ରୋଗୀର ଚିକିତ୍ସା ଆରମ୍ଭ କରିଥିବା ଡାକ୍ତର ସୁଶାନ୍ତ ରୋଗୀର ଆର୍ଥିକ ଅବସ୍ଥା ବାବଦରେ ଜାଣିବା ପରେ ସହାୟତାର ହାତ ବଢାଇଥିଲେ ଆଦିତ୍ୟ କୁ । ଆଦିତ୍ୟର ରୋଗ ଠିକ ହେବା ପର୍ଯନ୍ତ ଯେତେ ଔଷଧ ଲାଗିବ ତାହା ଡାକ୍ତର ସାହୁ ନିଜେ ବହନ କରିବା ସହିତ ଡାକ୍ତରଖାନା କତ୍ତୃପକ୍ଷ ଙ୍କର ସହିତ ଆଲୋଚନା କରି ଆଦିତ୍ୟର ବେଡ଼ ଚାର୍ଜ କୁ ମଧ୍ୟ ଛାଡ଼ କରାଇଛନ୍ତି । ପ୍ରତ୍ୟେକ ଦିନ ନିଜେ ବ୍ୟକ୍ତିଗତ ଭାବରେ ଆଦିତ୍ୟର ଭଲମନ୍ଦ ବୁଝିବା ସହିତ ଆବଶ୍ୟକତା ମୁତାବକ ଔଷଧ ଯୋଗାଇ ଦେଉଛନ୍ତି । ଆଦିତ୍ୟର ରୋଗ ବାବଦରେ ଡାକ୍ତର ସୁଶାନ୍ତ କହିଛନ୍ତି ଯେ ତାର ଅନେକ ସମସ୍ୟା ର ସମାଧାନ ହୋଇ ସାରିଛି , ତାକୁ ଭଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ ଜାରି ରହିଛି । ଡାକ୍ତର ସୁଶାନ୍ତ ଙ୍କର ପ୍ରୟାସ ଓ ରୋଗୀ ପ୍ରତି ତାଙ୍କର ସହୃଦୟତା ନିଶ୍ଚିତ ଭାବରେ ପ୍ରଶଂସନୀୟ ଏଥିରେ ସନ୍ଦେହ ନାହିଁ ।

0
0
0
s2sdefault