ହେଡଲାଇନସ୍:

“ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ ଡେଙ୍ଗୁ ସଚେତନତା ସହ ହୁଳହୁଳି ପ୍ରତିଯୋଗିତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ପକ୍ଷରୁ ସ୍ଥାନୀୟ ନ୍ୟୁ ପିଡବ୍ଲ୍ୟୁଡି କଲୋନୀ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଡେଙ୍ଗୁ ରୋଗ ନ ବ୍ୟାପିବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସହ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ଗୋଷାଣୀ ବ୍ଲକ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଯୋଗଦେଇ ଡେଙ୍ଗୁ ରୋଗ ହେବାର କାରଣ ଓ  ଏହାର ଲକ୍ଷଣ ଉପରେ ବୁଝାଇଥିଲେ।

 ଏହି ଅବସରରେ କଲୋନୀର ବିଭିନ୍ନ ସ୍ଥାନରେ ଡେଙ୍ଗୁ ରୋଗ ସମ୍ପର୍କରେ ବିଭିନ୍ନ ସଚେତନତା ମୂଳକ ପୋଷ୍ଟର ଲଗାଯିବା ସହ ସଚେତନତା ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। 

ପରେ ମହିଳା ମାନଙ୍କୁ ଏ ଦିଗରେ ଅଧିକ ଉତ୍ସାହିତ କରିବା ପାଇଁ ଏକ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ହୁଳହୁଳି ପ୍ରତିଯୋଗିତାର ପ୍ରଥମ ବିଜେତା ହୋଇଥିବା ଉଷାରାଣୀ ମିଶ୍ରଙ୍କୁ ସଂଗଠନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମରେ "ଆକାଂକ୍ଷା" ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପସଭାନେତ୍ରୀ ଶ୍ରୀମତୀ ଅନିତା ମିଶ୍ର , ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ , ଡଃ କଲ୍ୟାଣୀ ମିଶ୍ର ଓ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

0
0
0
s2sdefault