ହେଡଲାଇନସ୍:

ଚର୍ତୁଦଶ ଓ ପଞ୍ଚଦଶ ଅର୍ଥ କମିଶନ ଚିଲିକା ଉନ୍ନୟନ ପାଇଁ ସହାୟତା ଯୋଗାନ୍ତୁ: ଦାସବର୍ମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକାର ସୁରକ୍ଷା ଓ ପାରିପାଶ୍ୱର୍କ ଉନ୍ନୟନ ପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ଚିଲିକାର ସୁରକ୍ଷା ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥ#ବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ୧୯୯୧ ମସିହାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ହେବା ପରେ ଦଶମ ଅର୍ଥ କମିଶନ ୨୭ କୋଟି ଟଙ୍କା, ଏକାଦଶ ଅର୍ଥ କମିଶନ ୩୦ କୋଟି ଟଙ୍କା, ଦ୍ୱାଦଶ ଅର୍ଥ କମିଶନ ୩୦ କୋଟି ଟଙ୍କା ଏବଂ ତ୍ରୟୋଦଶ ଅର୍ଥ କମିଶନ ୫୦ କୋଟି ଟଙ୍କା କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଥିଲୋ ଚିଲିକା ହ୍ରଦର ସୁରକ୍ଷା, ପର୍ଯ୍ୟାବରଣ ସନ୍ତୁଳନ, ମତ୍ସ୍ୟଜୀବୀ ସଂପ୍ରଦାୟଙ୍କ ଜୀବନଜୀବିକା, ବିଶେଷ କରି ଚିଲିକା ଉପରେ ନିର୍ଭର କରୁଥିବା ସମସ୍ତ ଅଧିବାସୀଙ୍କର ପାରିପାଶ୍ୱର୍କ ଓ ସମନ୍ୱିତ ବିକାଶ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ୩୦ ବର୍ଷ ଧରି ବହୁବିଧ ପଦକ୍ଷେପ ନିଆଯାଇଛିା ଚତୁର୍ଦଶ ଅର୍ଥ କମିଶନଙ୍କଠାରେ ସମନ୍ୱିତ ଉପକୂଳ ପରିଚାଳନା ଓ ଚିଲିକାର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୦ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଥିଲାା

ଠିକ୍ ସେହିଭଳି ପଞ୍ଚଦଶ ଅର୍ଥ କମିଶନଙ୍କ ପାଖରେ ଚିଲିକା ହ୍ରଦର ସୁରକ୍ଷା ଏବଂ ସମନ୍ୱିତ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ୫୨୦ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଥିଲାା କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏ ଦିଗରେ ରାଜ୍ୟର ଦାବିକୁ ଗୁରୁତ୍ୱ ନଦେବା ଫଳରେ ଏକ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଠକରେ ଶ୍ରୀ ଦାସବର୍ମା ଉଦ୍ବେଗ ପ୍ରକାଶ କରିଥିଲୋ

ଚିଲିକା ଏସିଆ ମହାଦେଶର ସର୍ବବୃହତ ଖାରିଜଳ ହ୍ରଦା ଚିଲିକା ହ୍ରଦ ପୂର୍ବତଟର କେବଳ ସର୍ବବୃହତ୍ ଜଳଉତ୍ସ ନୁହେଁ, ଭାରତୀୟ ଉପମହାଦେଶର ଏକ ବିଶାଳ ଆର୍ଦ୍ରଭୂମି ତଥା ପ୍ରାକୃତିକ ସଂପଦା ଏହାର ସୁରକ୍ଷା ପାଇଁ ୧୯୯୧ ମସିହାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ହେବା ସହ ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଓସିନୋଲୋଜି ଓ ଆଇଆଇଟି ଖଡଗପୁର ଏହାର ପର୍ଯ୍ୟାବରଣ ଓ ଇକୋସିଷ୍ଟମର ସୁରକ୍ଷା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲୋ ଏହି ରିପୋର୍ଟ ଆଧାରରେ ଆଜି ପର୍ଯ୍ୟନ୍ତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଜରିଆରେ ଚିଲିକାର ସମନ୍ୱିତ ବିକାଶ ଓ ଚିଲିକା ଜୈବବିବିଧତାର ସୁରକ୍ଷା ଏବଂ ଚିଲିକାକୁ ଆଧାର କରି ବଞ୍ଚୁଥିବା ଅଧିବାସୀମାନଙ୍କର ଜୀବନଜୀବିକାର ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛି ।

ଆଜି ଏସିଆ ମହାଦେଶର ଏହି ସର୍ବବୃହତ୍ ଖାରିଜଳ ହ୍ରଦର ସୁରକ୍ଷା ପାଇଁ କେବଳ ଆହ୍ୱାନ ସୃଷ୍ଟି ହୋଇନାହିଁ, ସେଥିପାଇଁ କିଭଳି ଆଗାମୀ ଦିନରେ ଚିଲିକା ଭଳି ଦେଶର ପ୍ରାକୃତିକ ସଂପଦକୁ ସୁରକ୍ଷିତ ରଖାଯିବ ସେଥିପାଇଁ ଯୋଜନା ବୋର୍ଡ ଉପଧ୍ୟକ୍ଷ ଶ୍ରୀ ସଂଜୟ ଦାସବର୍ମା ଗୁରୁତ୍ୱ ଆରୋପ କରିଛନ୍ତିା 

ଚିଲିକାକୁ ସଂଯୋଗ କରୁଥିବା ୪ଟି ନଦୀ ସମୂହ ଦୟା, ଭାର୍ଗବୀ, ଲୁଣା ଓ ରତ୍ନଚିରା ଦ୍ୱାରା ବଡ଼ଗୋଠ ଠାରୁ ସତାପଡ଼ା ପର୍ଯ୍ୟନ୍ତ ପୋତି ହୋଇପଡ଼ିଥିବା ମୁହାଣ, ସାତପଡ଼ାଠାରୁ ଗମୁଣ୍ଡିଆ ପର୍ଯ୍ୟନ୍ତ ଫେରି ଚ୍ୟାନେଲ୍, ସିପକୁଦା ଠାରୁ ବାଲୁଗାଁ ଆଉଟର ଚ୍ୟାନେଲର  ପରିଚାଳନା ସହିତ ବିଭିନ୍ନ ଗାଁରେ ଆବଶ୍ୟକ ହେଉଥିବା ମତ୍ସ୍ୟ ଅବତରଣ ଜେଟି, ସହିତ ପାରିପାଶ୍ୱର୍କ ଉନ୍ନୟନ କାମକୁ ଆଗେଇ ନେବା ପାଇଁ ଶ୍ରୀ ଦାସବର୍ମା ବୈଠକରେ ଦାବି ରଖିଥିଲୋ

୩୦ ବର୍ଷ ଧରି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଭଳି ପ୍ରତିଷ୍ଠିତ ସଂସ୍ଥାରେ ଦୈନିକ ମଜୁରୀ, ଠିକା ନିଯୁକ୍ତି ସଂସ୍ଥା ମାଧ୍ୟମରେ କାମ କରୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ବେତନ ବୃଦ୍ଧି ପାଇଁ ଶ୍ରୀ ଦାସବର୍ମା ଦାବି ରଖିଥିଲୋ ଏହି ବୈଠକର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଚିଲିକାର ସମସ୍ତ ଲିଡ୍ ଚ୍ୟାନେଲର ସୁରକ୍ଷା ପର୍ଯ୍ୟାବରଣର ସୁରକ୍ଷା ଏବଂ ପାରିପାଶ୍ୱର୍କ ଉନ୍ନୟନ କାମ ହାତକୁ ନେବା ପାଇଁ ତୁରନ୍ତ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲୋ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହେଲା ପରେ ଏହା ଉପରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଜି ବୈଠକରେ ମତ ଦେଇଛନ୍ତିା

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା ଚିଲିକା ଆଉଟର ଫଲକୁ କେତେ ପରିମାଣର ପଟୁମାଟି ଚିଲିକା ଭିତରକୁ ପ୍ରବେଶ କରୁଛି ତା'ଉପରେ ଏକ ଆକଳନ କରିବା ପାଇଁ ଜଙ୍ଗ ଲ ଓ ପରିବେ ଶ ବିଭାଗକୁ ପରାମର୍ଶ ଦେବା ସହ ଚିଲିକାର ସୁରକ୍ଷା ପାଇଁ ଗୁରୁତ୍ୱ ଦେଇଥିଲୋ

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷରେ କାମ କରୁଥିବା ଦୈନିକ ମଜୁରୀପ୍ରାପ୍ତ କର୍ମଚାରୀ, ଆଉଟ ସୋର୍ସିଙ୍ଗ ମାଧ୍ୟମରେ ନିଯୁକ୍ତ କର୍ମଚାରୀମାନଙ୍କ ୩୦ ବର୍ଷର ଅନୁଭୂତି ଓ ଅଭିଜ୍ଞତାକୁ ଆଧାର କରି ଦରମା ବୃଦ୍ଧି ନେଇ ବୈଠକରେ ଉପସ୍ଥିତ ଥିବା ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବଙ୍କୁ ଆକଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତିା

ଶେଷରେ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ସମସ୍ତ ଉପସ୍ଥିତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲୋ ବୈଠକରେ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ନିଧିକୁମାର ରାଉତରାୟ ଏବଂ ଯୋଜନା ଓ ସଂଯୋଜନ ବିଭାଗର ଉପଶାସନ ସଚିବ ଶ୍ରୀ ଅଭୟ ମହାନ୍ତି ଉପସ୍ଥିତ ଥିଲୋ 

0
0
0
s2sdefault