ହେଡଲାଇନସ୍:

ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଳ୍ଲାପାଳଙ୍କୁ ସ୍ମାରକପତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) :  ରାଷ୍ଟ୍ରୀୟ ପଛୁଆବର୍ଗ (OBC) ମୋର୍ଚ୍ଚା ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ନିଟ୍ ର ପରୀକ୍ଷାକୁ ରଦ୍ଦ କରିବା,ସଂଖ୍ୟାନୁପାତରେ ପ୍ରତିନିଧିତ୍ବ(ଆରକ୍ଷଣ) ଦେବା,ଜାତି ଆଧାରିତ ଜନଗଣନା କରିବା ଏବଂ କ୍ରିମିଲେୟାର ହଟେଇବା ଦାବିକୁ ନେଇ ଘୋଷିତ ରାଷ୍ଟ୍ରବ୍ୟାପୀ ୩ ଚରଣରେ ଦେଶବ୍ୟାପି  ଚରଣଵଦ୍ଧ ଆନ୍ଦୋଳନର ତୃତୀୟ ତଥା ଅନ୍ତିମ ଚରଣ ଜିଲ୍ଲା ସ୍ତରରେ ରାଲି ପ୍ରଦର୍ଶନ ସହିତ ଚରଣଵଦ୍ଧ ଆନ୍ଦୋଳନ ପରିପ୍ରକ୍ଷୀରେ ମୟୁରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଏବଂ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ତରଫରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଳ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଅଛି । ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ତରଫରୁ ମୟୁରଭଞ୍ଜ ଜିଲ୍ଲା ସହ ସଂଯୋଜକ ମା. ସରୋଜ କୁମାର ମହାନ୍ତଙ୍କ ନେତୃତ୍ବରେ ମହାମହିମ ରାଷ୍ଟ୍ରପତି ମହୋଦୟଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳ ମହୋଦୟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଅଛି । ଏଥିରେ ପ୍ରମୁଖ ଦାବି ଗୁଡିକ ହେଉଛି 

୧.OBC ମାନଙ୍କର ହକ୍ ଅଧିକାରର ସମର୍ଥନରେ NEET କୁ ରଦ୍ଦ କରାଯାଉ I

୨.ଯେତେ ପର୍ଯ୍ୟନ୍ତ NEET ଲାଗୁ ଅଛି, ସେତେ ପର୍ଯ୍ୟନ୍ତ NEET ରେ OBC ମାନଙ୍କୁ ୫୨ % ପ୍ରତିନିଧିତ୍ବ (ଆରକ୍ଷଣ) କେନ୍ଦ୍ର ଏବଂ ରାଜ୍ୟର ମେଡିକାଲ କଲେଜରେ ଦିଆଯାଉ I

୩.OBC ମାନଙ୍କର ଜାତି ଆଧାରିତ ଜନଗଣନା କରିକି ସେମାନଙ୍କର ସଂଖ୍ଯା ଅନୁପାତରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିନିଧିତ୍ଵ (ଆରକ୍ଷଣ) ଲାଗୁ କରାଯାଉ I

୪.OBC ମାନଙ୍କର ଆରକ୍ଷଣରେ ଅସାମ୍ବିଧାନିକ କ୍ରିମିଲେୟାର ହଟାଯାଉ ।

 ୫. ରାଷ୍ଟ୍ରୀୟ ସ୍ତରରେ NEET ର ସମୀକ୍ଷା କରାଯାଉ ଏବଂ ସେହି ସମୀକ୍ଷାରେ ବାମସେଫ୍ ର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାମିଲ୍ କରାଯାଉ I

ଏହି ଆନ୍ଦୋଳନକୁ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା ସମର୍ଥନ ଜଣାଇ ମୋର୍ଚ୍ଚା ତରଫରୁ  ଜିଲ୍ଲା ସଭାପତି  ବୀରେନ୍ଦ୍ରନାଥ ଟୁଡୁଙ୍କର ନେତୃତ୍ବରେ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି I

 

ଏହା ସହିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଆଦିବାସୀ ଛାତ୍ରସଂଘର ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ଡେମକା ବାସ୍କେ (ସମୀକ୍ଷା) ,ରାଷ୍ଟ୍ରୀୟ ଆଦିବାସୀ ଛାତ୍ରସଂଘ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବୁଧୁରାମ ସିଂ, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଜ୍ୟ ସଭାପତି ମୋହନ ବାସ୍କେ, ଶ୍ୟାମାଖୁଣ୍ଟା ବ୍ଲକର କାର୍ଯ୍ୟକାରିଣୀ ସଦସ୍ୟ ମଙ୍ଗଲଚରଣ ସିଂ, ବୁଧୁରାମ ସିଂ, ଶଙ୍କର ସିଂ,ଫାଗୁରାମ ହାଂସଦା,ହେମନ୍ତ ପାତ୍ର, ରାକେଶ କୁମାର ମହାନ୍ତ,ମଧୁସୂଦନ ସେଜପୋଡା ପ୍ରମୁଖ ଉପସ୍ଥିତ ଥିଲେ I

0
0
0
s2sdefault