ହେଡଲାଇନସ୍:

ସିବିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ : କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର  : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୪୦% ଛାତ୍ରଛାତ୍ରୀ ୯୦% ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ହାରାହାରି ୮୦% ନମ୍ବର ରଖିଛନ୍ତି। ସ୍କୁଲର ଛାତ୍ର ବୈଭବ କୁମାର ସର୍ବାଧିକ ୯୯.୪% ନମ୍ବର ରଖି ସ୍କୁଲ୍‍ ଟପ୍ପର ହୋଇଥିବା ବେଳେ ୟସ୍‍ ଖଣ୍ଡେଲ୍‍ୱାଲ୍‍ ୯୯% ନମ୍ବର ରଖିଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ସିବିଏସ୍‍ଇ, ଆଇଜିସିଏସ୍‍ଇ, ଆଇବିଡିପି ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଏହି ସବୁ ପାଠ୍ୟକ୍ରମରେ କ୍ରମାଗତ ଭାବେ ସଫଳତା ହାସଲ କରିଆସୁଛନ୍ତି। କେବଳ ଶିକ୍ଷାରେ ନୁହେଁ, ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଆସୁଛନ୍ତି। ସ୍କୁଲ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିପାଇଁ ସେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ସଫଳତା ହାସଲ କରିଆସୁଛନ୍ତି।

0
0
0
s2sdefault