ଟିଟିଲାଗଡ, ( ଗୌରବ ଦର୍ଜୀ)-କରୋନା କଟକଣା କୁ ନେଇ ଅନେକ ଦିନ ରୁ ଧାର୍ମିକନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା। କରୋନା ମହାମାରୀ ର ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାର ଧାର୍ମିକନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରେ ଟିଟିଲାଗଡ ଉପଖଣ୍ଡ ର ସମସ୍ତ ଧାର୍ମିକନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପଖଣ୍ଡ ର ସମସ୍ତ ଧାର୍ମିକନୁଷ୍ଠାନ ର ସଦସ୍ୟ ଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ। ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ଅନୁଷ୍ଠିତ ଏହି ବୈଠକରେ ଟିଟିଲାଗଡ ସହର ର ବିଭିନ୍ନ ମନ୍ଦିର ର ପୂଜକ, ସେବାୟତ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟ ଉପସ୍ଥିତ ଥିଲେ। ମନ୍ଦିର ଗୁଡ଼ିକ ଖୋଲିବାକୁ ନେଇ ଆଲୋଚନା କରିଥିଲେ।
ମନ୍ଦିର ଗୁଡ଼ିକୁ ଖୋଲା ଗଲେ କେଉଁ କେଉଁ ପଦକ୍ଷେପ ଗୁଡ଼ିକ ଅନୁସରଣ କରିବା କୁ ପଡ଼ିବ ବୋଲି ଉପଜିଲ୍ଲାପାଳ ପରାମର୍ଶ ମାଗିଥିଲେ। ମନ୍ଦିର ର ପୂଜକ ଓ ସେବାୟତ ମାନେ ମନ୍ଦିର ଖୋଲିଗଲେ କେଉଁ କେଉଁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ ତାହା ଜଣାଇ ବା ସହ ତାର ସମାଧାନ ମଧ୍ୟ ଆଲୋଚନା କରିଥିଲେ। ପରିଶେଷ ରେ ଏହା ନିଷ୍ପତ୍ତି ନିଆଯାଇଥିଲା ଯେ , ସହର ର ସମସ୍ତ ମନ୍ଦିର ଖୋଲାଯିବା। ସହର ରେ ଥିବା ତିନୋଟି ମୁଖ୍ୟ ମନ୍ଦିର ଯଥା କୁମୁଡ଼ା ପାହାଡ ରେ ଥିବା ମହାଦେବ ମନ୍ଦିର, ସହର ମାଝୀ ରେ ଥିବା ଜଗନ୍ନାଥ ମନ୍ଦିର ଓ ସହର ର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟାସୁନି ମନ୍ଦିର ରେ ପ୍ରବଳ ଭିଡ଼ ହୋଇଥାଏ। ଅନ୍ୟାନ୍ୟ ମନ୍ଦିର ଗୁଡ଼ିକ ରେ ଭକ୍ତ ଙ୍କ ଭିଡ଼ ମାତ୍ରାଧିକ ପରିଲକ୍ଷିତ ହୁଏ ନାହିଁ । ଏହି ଏହି ତିନୋଟି ମନ୍ଦିର ରେ ଭକ୍ତ ଙ୍କୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ର ସ୍ଵେଚ୍ଛାସେବୀ, ପୋଲିସ ପ୍ରଶାସନ ର ସହାୟତା ନେବାକୁ ପଡିବ। କୋଭିଡ-19 ର ସମସ୍ତ ନିୟମ କୁ ଅନୁସରଣ କରି ମାସ୍କ , ସାନିଟାଇଯାର ର ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷା କରାଯିବା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶ୍ରାବଣ ମାସ ମଧ୍ୟରେ ପ୍ରତି ସୋମବାର ଦିନ ଶିବ ମନ୍ଦିର ଭିଡ଼ ହେଉଥିବାରୁ ସେଠାରେ ଭକ୍ତ ଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ କରିବା କୁ ଉପଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଏହା ସହ ମଙ୍ଗଳବାର ଦିନ ସକାଳେ ଓ ସନ୍ଧ୍ୟାରେ ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟାସୁଣି ଙ୍କ ମନ୍ଦିର ଭିଡ଼ ରହୁଥିବାରୁ ସେଠାରେ ମଧ୍ୟ ପୋଲିସ ମୁତୟନ କରିବା ପାଇଁ ନିବେଦନ କରିଥିଲେ। ଏହା ସହ ବାହାର ଜିଲ୍ଲା ର ଭକ୍ତ ଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା କୁ ମନା କରିଥିଲେ ଉପଜିଲ୍ଲାପାଳ। ମାସ୍କ ପିନ୍ଧି ନଥିବା ବ୍ୟକ୍ତି ମାନଙ୍କୁ ମନ୍ଦିର ରେ ପ୍ରବେଶ ନ କରିବାକୁ କହିଥିଲେ। କରୋନା ଟୀକା ନେଇଥିବା ବ୍ୟକ୍ତି ମାନେ ନିଜ ନିଜ ଟୀକା ସାର୍ଟିଫିକେଟ ଦେଖାଇ ମନ୍ଦିର କୁ ପ୍ରବେଶ କରିପାରିବେ। ମନ୍ଦିର ର ଗର୍ଭ ଗୃହ ଭିତରେ ଭକ୍ତ କେବଳ ଭଗବାନ ଙ୍କୁ ଦର୍ଶନ କରିପାରିବେ ଏହା ବ୍ୟତୀତ ଧୂପ ଦୀପ ଗର୍ଭ ଗୃହ ବାହାରେ ଲଗାଇ ପାରିବେ। ଏହା ବ୍ୟତୀତ ମନ୍ଦିର ପରିସର ରେ ଭକ୍ତ ଅଧିକ ସମୟ ଯେପରି ନ ରହିବେ ସେଥିପ୍ରତି ମନ୍ଦିର ଟ୍ରଷ୍ଟ ଧ୍ୟାନ ଦେବେ ବୋଲି ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପ୍ରଶାସନ ର ନିର୍ଦ୍ଦେଶ କ୍ରମେ ମନ୍ଦିର ଗୁଡ଼ିକ ଖୋଲାଯାଇପାରିବ ବୋଲି କହିଛନ୍ତି । ଆଜି ର ଏହି ବୈଠକ ରେ ଶିବ ମନ୍ଦିର ସେବା ଟ୍ରଷ୍ଟ, ଜଗନ୍ନାଥ ମନ୍ଦିର ସେବାୟତ ଟ୍ରଷ୍ଟ, ଶିରିଡ଼ି ସାଇ ସେବା ସଦନ ର ସଦସ୍ୟ ଓ ବିଭିନ୍ନ ମନ୍ଦିର ର ପୂଜକ ଓ ସେବାୟତ ମାନେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭବାନୀ ହୋତା, ସନତ କୁମାର ପାଢ଼ୀ, କମ୍ଭୁ ପାଢ଼ୀ, ସଞ୍ଜୀବ ପାଢ଼ୀ, କୃଷ୍ଣ ପାତ୍ର, ଶରତ ମିଶ୍ର , ଜଗଦୀଶ ଜୈନ, ଅଙ୍କୁର ଅଗ୍ରୱାଲ, ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।








