ହେଡଲାଇନସ୍:

ସ୍ବେଚ୍ଛାସେବୀ ସଂସ୍ଥା ଦ୍ୱାରା ଆଠ ଗୋଟି ଡାକ୍ତରଖାନାକୁ ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ସ୍ବେଚ୍ଛାସେବୀ ସଂସ୍ଥା ପଲ୍ଲୀ ଆଲୋକ ପାଠାଗାର ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ବର୍ଷ ହେଲା କାର୍ୟ୍ଯ କରି ଆସୁଅଛି । ଗତ ବର୍ଷ ମହାମାରୀ ସମୟରେ ପାଇକମାଲ , ଝାରବନ୍ଧ , ପଦ୍ମପୁର ଆଦି ଅଂଚଳର ବହୁ ଗ୍ରାମରେ ମାଗଣା ରାସନ ସାମଗ୍ରୀ ସହିତ ମାକ୍ସ ଆଦି ବଣ୍ଟନ କରିଥିବା ବେଳେ ଚଳିତ ଥର ମଧ୍ୟ ସମାନ ଭାବରେ ଜନସେବା ପ୍ରତି ସମର୍ପିତ ରହିଛି ଏହି ସଂସ୍ଥା । ନିଜର ଉଦ୍ୟମରେ ଶୁଖିଲା ରାସନ , ରନ୍ଧା ଖାଦ୍ୟ , ମାକ୍ସ , ପିପିଇ କୀଟ , ଗ୍ଲୋବ , ଅକ୍ସିଜେନ ସିଲିଣ୍ଡର ଇତ୍ୟାଦି ବଣ୍ଟନ କରି ସାରିଥିବା ବେଳେ ଆଜି ପଦ୍ମପୁର ଉପଖଣ୍ଡ ର ବିଭିନ୍ନ ଡାକ୍ତର ଖାନାକୁ ଅକ୍ସିଜେନ କନ୍ସିଂଟ୍ରେଟର ପ୍ରଦାନ କରିଛି । ଅନୁଷ୍ଠାନ ର ସମ୍ପାଦକ  ଶ୍ରୀ ପ୍ରଶାନ୍ତ କୁମାର ନାୟକ ଓ ପ୍ରୋଗ୍ରାମ ଅଫିସର ଶ୍ରୀ ହୀରଲାଲ ମିଶ୍ର ଙ୍କର ସୂଚନା ମୁତାବକ ଗାଇସିଲେଟ  କୁ ଗୋଟିଏ , ତଲପାଲି କୁ ଗୋଟିଏ , ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ଦୁଇ ଗୋଟି , ବୁକୁରାମୁଣ୍ଡା କୁ ଗୋଟିଏ , ଜମଲା କୁ ଗୋଟିଏ , ପାଇକମାଲ କୁ ଗୋଟିଏ , ମାଣ୍ଡୋସିଲ କୁ ଗୋଟିଏ ଓ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କୁ ଦୁଇ ଗୋଟି ଅକ୍ସିଜେନ କନ୍ସିଂଟ୍ରେଟର ପ୍ରଦାନ କରାଯାଇଥିଲା । ପାଇକମାଲ ଠାରେ ଡାକ୍ତର ଶ୍ରୀବତ୍ସ ପ୍ରଧାନ ଓ ତାଙ୍କର ସହକର୍ମୀ ମାନେ ପଲ୍ଲୀ ଆଲୋକ ପାଠାଗାର ର ସମ୍ପାଦକ ଶ୍ରୀ ପ୍ରଶାନ୍ତ ଙ୍କର ଠାରୁ ଏହା ଗ୍ରହଣ କରିଥିବା ବେଳେ , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ ମହାବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀ ମନୋଜ କୁମାର ତ୍ରିବେଦୀ , ଡାକ୍ତରଖାନାର ଅଧିକ୍ଷକ ଡାକ୍ତର ନାଇଡୁ ଜଗନ୍ନାଥ , ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ କେ ଟି ରାଉତରାୟ ଅକ୍ସିଜେନ କନ୍ସିଂଟ୍ରେଟର ଗ୍ରହଣ କରିଥିଲେ । ଉଛ କ୍ଷମତା ସମ୍ପନ ଏହି ସ୍ୱୟଂ ଚାଳିତ ମେସିନ ଦ୍ୱାରା ଅନେକ ଜୀବନ ରକ୍ଷା ପାଇ ପାରିବ । ପଲ୍ଲୀ ଆଲୋକ ପାଠାଗାର ର ଏହି ଭଳି ମହାନ ଉଦ୍ୟମ କୁ ପ୍ରଶଂସା କରିଛନ୍ତି ଶ୍ରୀ ମନୋଜ କୁମାର ତ୍ରିବେଦୀ ଓ ମହାବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ମାନେ ।

0
0
0
s2sdefault