ହେଡଲାଇନସ୍:

ୱାର୍ଡ଼ ନଂ-୩୯ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ଚକ୍ରଧର ମାଝି : ପବିତ୍ର ସୁନାବେଶ ଉପଲକ୍ଷେ ନୂଆପଲ୍ଲୀ ୱାର୍ଡ଼ ନଂ ୩୯ ଅଧୁନରେ ଥିବା ୟୁନିଟ୍-୮ କଲ୍ୟାଣ ମଣ୍ଡପ ପ୍ରାଚେରୀ ପାର୍ଶ୍ଵ ରେ ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ମିଲନ୍‌ କୁମାର ପାଇକରାୟଙ୍କ ନେତୃତ୍ବରେ ଓ ଗ୍ରୀନ୍ ୱାଲ୍ଡର ମିଳିତ ସହଯୋଗରେ ଏକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦାନ କରି ବୃକ୍ଷରୋପଣ କରିବା ସହ ବୃକ୍ଷପ୍ରେମୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଭାପତି ରାହାଶ ବିହାରୀ ପାଣି, ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ସାହୁ, ଲାଫିଙ୍ଗ୍ କ୍ଲବର ସଭାପତି ଜୟକୃଷ୍ଣ ରାଜହଂସ, ସାଧାରଣ ସମ୍ପାଦକ ହେମନ୍ତ କୁମାର ସାହୁ, ଆଞ୍ଚଳିକ ବିକାଶ କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ନାୟକ, ମଧୂସୁଦନ ମହାପାତ୍ର, ଅରୁଣ କୁମାର ସ୍ବାଇଁ, ଅନୁଜ ଚନ୍ଦନ ନାୟକ, ସାସ୍ବତ ଲେଙ୍କାଙ୍କ ସମେତେ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ଓ ମହାବୀର ସାମାଜିକ ସଂଗଠନର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

ଆଗମୀ ଦିନରେ ୱାର୍ଡ଼ ନଂ-୩୯ ସହ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଭନ୍ନ ସ୍ଥାନରେ ମଧ୍ୟ ବିଧାୟକଙ୍କ ସହଯୋଗରେ ବ୍ୟାପକ ଭାବେ ବୃକ୍ଷରୋପଣ କରାଯିବ ବୋଲି ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସମ୍ପାଦକ ମିଲନ୍‌ କୁମାର ପାଇକରାୟ ସୂଚନା ଦେବା ସହ ଗ୍ରୀନ୍ ୱାଲ୍‌ ସହଯୋଗ କରିଥିବାରୁ ଗ୍ରୀନ୍ ୱାଲ୍ ମୁଖ୍ୟ ପୂର୍ବତନ କରପୋରେଟର ନୃପେଶ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault