ହେଡଲାଇନସ୍:

ନିର୍ଦ୍ଦିଷ୍ଟ ବୟସ ପରେ ସକ୍ରିୟ ରାଜନୀତି ଉଚିତ ନୁହେଁ : ବୈଜୟନ୍ତ ପଣ୍ଡା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର/ନୂଆଦିଲ୍ଲୀ : ଗୋଟେ ବୟସ ଟପିଲା ପରେ ସକ୍ରିୟ ରାଜନୀତି କରିବା ଉଚିତ ନୁହେଁ। ନିର୍ଦ୍ଦିଷ୍ଟ ବୟସ ପରେ ବରିଷ୍ଠ ନେତାମାନେ ମାର୍ଗଦର୍ଶନ କରନ୍ତି ଓ ବିଜେପିରେ ଏହି ପରମ୍ପରା ଗତ କିଛି ବର୍ଷ ଧରି ଚାଲିଆସୁଛି। କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ପ୍ରସ୍ଥାନ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇଙ୍କ ଶପଥ ଗ୍ରହଣ ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏହି ପ୍ରତିକ୍ରିୟା ଦେଇଛନ୍ତି। 

ସେ କହିଛନ୍ତି ଯେ ବିଜେପି ପୃଥିବୀର ସବୁଠାରୁ ବଡ଼ ରାଜନୈତିକ ଦଳ ଓ ଏହା ନିଜର ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖିଛି। ସ୍ୱଚ୍ଛ ପ୍ରକ୍ରିୟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ବିଧାୟକ ଦଳ ସହ ବିଚାରବିମର୍ଶ କଲେ ଓ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ୟେଦ୍ୟୁରପ୍ପା ନିଜେ ହିଁ ପ୍ରସ୍ତାବ ରଖିଲେ। ଏଥିସହ ଆମ ଦଳରେ କିଛି ବର୍ଷ ହେଲା ଏକ ପରମ୍ପରା ସୃଷ୍ଟି ହୋଇଛି ଯେ ଏକ ବୟସ ଟପିଲା ପରେ ବରିଷ୍ଠ ନେତାମାନେ ମାର୍ଗଦର୍ଶନ କରନ୍ତି। ନିର୍ଦ୍ଦିଷ୍ଟ ବୟସ ପରେ ସକ୍ରିୟ ରାଜନୀତି କରିବା ଉଚିତ ନୁହେଁ ଓ ୟେଦ୍ୟୁରପ୍ପା ଏହାକୁ ଗ୍ରହଣ କରି ଇସ୍ତଫା ଦେଇଛନ୍ତି ତଥା ଏବିଷୟରେ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ ଏହା ପରିବାରବାଦ ରାଜନୀତି ନୁହେଁ। ଯୁବକମାନେ, ଯେଉଁମାନଙ୍କର ରାଜନୀତିକୁ ନେଇ କୌଣସି ଅଭିଜ୍ଞତା ନାହିଁ, ପୈତୃକ ସମ୍ପତ୍ତି ଭଳି ସେମାନେ ଦଳର ମୁଖ୍ୟ ହୋଇଯାଆନ୍ତି, ତାହା ହେଉଛି ପରିବାରବାଦ ରାଜନୀତି। ବୋମାଇ ମୁଖ୍ୟମନ୍ତ୍ରୀ ହେବା ପରିବାରବାଦ ରାଜନୀତି ନୁହେଁ। ଏହା ସତ ଯେ ତାଙ୍କ ପିତା ଜଣେ ମୁଖ୍ୟମନ୍ତ୍ରୀ ଥିଲେ ଓ ସେ ଓଡ଼ିଶାରୁ ଥରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। କିନ୍ତୁ ତାଙ୍କ ପିତାଙ୍କ ପାଇଁ ବୋମାଇ ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି, କହିବା ଠିକ ନୁହଁ। କାରଣ ବୋମାଇଙ୍କର ଦଶନ୍ଧି ଧରି ରାଜନୈତିକ ଅଭିଜ୍ଞତା ରହିଛି ଓ ବହୁ ପରିଶ୍ରମ କରିଛନ୍ତି ବିଜେପିରେ ସେ ନିଜର ଏକ ପରିଚୟ ତିଆରି କରିଛନ୍ତି। ତେଣୁ ଆଜି 62 ବର୍ଷରେ ସେ ଯେତେବେଳେ ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ତାହାକୁ ପରିବାରବାଦ ରାଜନୀତି କହିବା ଉଚିତ ନୁହେଁ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

0
0
0
s2sdefault