ହେଡଲାଇନସ୍:

ବିଦ୍ୟୁତ ବିଭାଗର ଖେଲ ଚାଷି ପାଇଁ କାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :-ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ ଆଜି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ଆଜି ଶେଷ ତାରିଖ ଜୁଲାଇ ୩୦ରେ ଅନେକ ଚାଷୀ ଅଣଋଣୀ ତଥା ବ୍ୟାଙ୍କରେ ବୀମା କରିଥାନ୍ତି। ଗତକାଲି ଠାରୁ ଘୋଷଣା କରାଯାଇ ଥିଲା ସକାଲ୮ଟାରୁ ୪ପଯ୍ୟନ୍ତ ବିଦ୍ୟୁତ କାଟ ହେବ। ବିଭିନ୍ନ ଲୋକଙ୍କ ବିରୋଧ ଓ ପାଇକମାଲ ଜୋନ ୧ ଜିଲ୍ଲାପରିଷଦର ବିଶ୍ବନାଥ ବାଗଙ୍କ ଉପଜିଲ୍ଲାପାଲଙ୍କୁ ଜଣାଇବା ପରେ ବିଦ୍ୟୁତ ବିଭାଗ ପୁଣି ଏହି ବିଦ୍ୟୁତ କାଟ ଅନ୍ୟଦିନେ କରିବାପାଇଁ ମେସେଜ କଲେ।

କିନ୍ତୁ ଆଜି ପୁଣି ଯଥା ସମୟରେ ବିଦ୍ୟୁତ କାଟ ହୋଇଛି। ବିଦ୍ୟୁତ ବିଭାଗ କୁ ଯୋଗାଯୋଗ କଲେ କହୁଛନ୍ତି ଆମେ ସିନା ଲାଇନ କାଟିବୁ ନାହିଁ | ହେଲେ ପଦ୍ମପୁର ତ ଲାଇନ କାଟିଛନ୍ତି। ପଦ୍ମପୁର ରେ କଣ ଚାଷିବୀମା କଣ କରିବେନାହିଁ।

ତେବେ ଆମର ଚାଷିଙ୍କ ଦୁଖ କିଏ ବୁଝିବ ? ବର୍ଷାର ଅଭାବ ପରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ରେ ଯେଉଁ ଆଶା ଟିକକ ଥିଲା ତାହା ଏଇ ବିଦ୍ୟୁତ ବିଭାଗର ଖାମଖିଆଲି ପାଇଁ କାଳ ହେଲା ବୋଲି ଆଞ୍ଚଳିକ କୃଷକ ମହାସଂଘ ମାଣ୍ଡୋସିଲ ର ଗିରିଶ ଡନସନା ଗଣେଷ ପ୍ରଧାନ ରୁକ୍ମଣ ଧରୁଆ ବେଣୁଧର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି।

0
0
0
s2sdefault