ହେଡଲାଇନସ୍:

ଅତିଶୟ ଗରିବ ମହିଳାଙ୍କ ଶୁଦ୍ଧିକ୍ରିୟାରେ ସହାୟତାର ହାତ ବଢ଼ାଇଲା ମହିଳା ମହାସଂଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି )-ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ‌ଏସି ଅନ୍ତର୍ଗତ ୱାର୍ଡ ନଂ୨ ଶୁଣ୍ଢିମୁଣ୍ଡା ଗ୍ରାମର ଏକ ଅତିଶୟ ଗରିବ ପରିବାର ଶୁଦ୍ଧିକ୍ରିୟା କାର୍ଯ୍ୟ କରିନପାରିବାରୁ ଅଣ୍ଟା ଭିଡ଼ିଲେ ଶୁଣ୍ଢିମୁଣ୍ଡା ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘ । ସୂଚନା ଯୋଗ୍ୟ ଯେ ଗତ ୧୯ତାରିଖ ଗ୍ରାମର ରିତା ଯାଦବ(୩୨) ନାମକ ଜଣେ ମହିଳା ଙ୍କ କୋୖଣସି କାରଣରୁ ଅକାଳ ବିୟୋଗ ହୋଇଯାଇଥିଲା । ତେବେ ତାଙ୍କର ୩ ସନ୍ତାନ ମଧ୍ୟରୁ ବଡ଼ ଝିଅ ମାମୁଁ ଘରେ ଥିବା ବେଳେ ପାଖରେ ଛୋଟ ଛୋଟ ଦୁଇ କୋମଳ ମତି ଶିଶୁଙ୍କୁ ଧରି ବାପା ଏବେ ଏକୁଟିଆ । ଉଭୟ ସ୍ବାମୀ ଓ ସ୍ତ୍ରୀ ବହୁଦିନ ହେବ ରେଢ଼ାଖୋଲରେ ରହି ଟ୍ରେନରେ ଚା ବିକ୍ରି କରି ପରିବାର ପ୍ରତି ପୋଷଣ କରିଆସୁଥିଲେ । ହେଲେ ମହାମାରୀ କୋଭିଡ ସମୟରେ ଟ୍ରେନ ଚାଲୁ ନଥିବାରୁ ଓ କାମଧନ୍ଦା ନପାଇ ଆର୍ଥିକ ଅନଟନରେ ଗତି କରୁଥିବାରୁ ମୃତ ସ୍ତ୍ରୀର ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଟିଏ ନଥିବା  ଜାଣିବା ପରେ ମହିଳା ମହାସଂଘର ସଦସ୍ୟା ମାନେ ଆଜି ଦଶା କାର୍ଯ୍ୟରେ ଘରକୁ ଘର ଯାଇ ଚାଉଳ ଓ ପନିପରିବା ସଂଗ୍ରହ କରି ରିତାଙ୍କ ସ୍ବାମୀଙ୍କୁ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ ସହାୟତର ହାତ ବଢ଼ାଇଛନ୍ତି । ଏଥିରେ ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘ ସଭାପତି ମିନା କଲତା, ସମ୍ପାଦକ ଅନିତା ରାଉଳ,  ମମତା ପୋଢ଼, ପ୍ରଭାସିନୀ ରାଉଳ, ଲକ୍ଷ୍ମୀ ପ୍ରଧାନ, ସୁଶୀଳା କଲତା,ଅଞ୍ଜେଇ ନାଗ, ଅନୀତା ପଟ୍ଟନାୟକ , କନକଲତା ରାଉତ , ବିଜୁଳି ନାଏକ, ଯୁଗସିନି ପୋଢଙ୍କ ସହ ୱାଡ଼ ଅଫିସର ଧିରେନ ପ୍ରଧାନ ଉପସ୍ଥିତ ଥିଲେ ।

0
0
0
s2sdefault