ହେଡଲାଇନସ୍:

ବଡ଼ଚଣା,  ଏଠି ବିକାଶ ଯେମିତି ବାଟବଣା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଦର୍ପଣ ଗ୍ରାମ ପଂଚାୟତର କୋଲସାଇ ଗ୍ରାମର ଶବରସାହିକୁ ଗଲେ ବିକାଶର ଚିତ୍ର ଦେଖିବାକୁ ମିଳେ |  ସତେ ଯେମିତି  ସରକାରଙ୍କର ଆମ ଗାଁ ଆମ ବିକାଶ, ଏଠି ଆମ ଗାଁ ଆମ ବିନାଶ ପରି ଅନୁମେୟ ହୁଏ | ଦେଶ ସ୍ବାଧୀନ ହେବାର  ୭୪  ବର୍ଷ ବିତଯାଇଥିଲେ ମଧ୍ୟ ଏଠାରେ, ବିକାଶ ଯେମିତ ବାଟବଣା ହୋଇଯାଇଛି |  ପ୍ରାୟ ତିରିଶିଟି ଶବର ପରିବାର ବର୍ଷା ଦିନ ଆସିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି | ମୁଖ୍ୟତଃ ଶବର ସାଇକୁ ଯାଇଥିବା ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ | ଯଦି କୌଣସି ଲୋକର ଦେହ ଅସୁସ୍ଥ ହୁଏ ତାହାଲେ କଥା ସରିଲା |  ନା ସାଇ ଭିତରକୁ ସାଇକେଲ ଟି ଯାଇପାରିବ, ଆଉ ଆମ୍ବୁଲାସ କଥା ପଚାରେ କିଏ ! ଶାସକ ଦଳର ନେତା ଆଉ କର୍ମୀ ଙ୍କର ତୁଚ୍ଛା ବହସ୍ପୋଟ, ଏଇ ସାହିଁର ରାସ୍ତା ହିଁ ପ୍ରମାଣ ଦିଏ, ଏଠାରୁ ବଡ଼ଚଣା ବ୍ଲକ ମାତ୍ର ପାଞ୍ଚ ଛଅ କିଲୋମିଟର ହୋଇଥିବା ବେଳେସତେ ଯେମିତି ବ୍ଲକ ପ୍ରଶାସନର ଉତ୍ତର ଦାୟିତ୍ୱ ଭିତରେ ଏଇ ସାହିଟି ନାହିଁ | ସ୍ଥାନୀୟ ଲୋକେ ବ୍ଲକ ପ୍ରଶାସନ ଠାରୁ ସ୍ଥାନୀୟ ନେତା ପର୍ଯ୍ୟନ୍ତ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି | ଛୋଟ ଛୋଟ ପିଲା ମାନେ ସ୍କୁଲ ଅଙ୍ଗନବାଡି କେନ୍ଦ୍ରକୁ ଯିବା କାଠିକର ହୁଏ, ଯେତେ ଅଭିଯୋଗ କାଳେ ମଧ୍ୟ ଆଜି ପର୍ଯ୍ୟନ୍ତ ପକା ରାସ୍ତା ଏଠି  ସାତସପନ ହୋଇଯାଇଛି | ତେବେ ସରକାର ଯେଉଁ ବିକାଶର ନାରା ଦେଉଛନ୍ତି କାହା ପାଇଁ ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି | ଦେଖାଯାଉ କେବେ ପ୍ରଶାସନ ର ନିଦ କେବେ ଭଙ୍ଗୁଛି !!

0
0
0
s2sdefault