ହେଡଲାଇନସ୍:

କୋଭିଡ ନିୟମ ପାଳନ କରି ରାୟଗଡରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକଅଦାଲତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାରେ ୬୬ଟି ମାମଲା ଫୋଇସଲା କରି ଟ ୬୯,୬୮,୮୮୫/- ଙ୍କl ଜରିମାନା ଆଦାୟ କରାଯାଇଛି 

ରାୟଗଡରୁ ସରୋଜ କୁମାର ସାହୁ : ଆଜି କୋଭିଡ ନିୟମକୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକାରଣ ରାୟଗଡ  ତତ୍ୱାବଧାନରେ ରାୟଗଡ ସିଭିଲ କୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣପୁର, ଵିଷମ କଟକ, କାଶୀପୁରରେ ଦୀର୍ଘ ଦିନଧରି ପଡିରହିଥିବା ୬୬ଟି ମାମଲାର ଫୋଇସଲା ହୋଇ ଜରିମାନା ବାବଦକୁ ଟ ୬୯,୬୮,୮୮୫/- ଙ୍କା (ଅଣସ୍ତରି ଲକ୍ଷ ଅଠଶଠି ହଜାର ଆଠ ଶହ ପଂଚାଅଶୀ ) ଟଙ୍କା ଓ ପ୍ରିଲିଟିଗେଶନ ସମ୍ବନ୍ଧିତ ୨୩ଟି ମାମଲାର ଫୋଇସଲା ହୋଇ ଜରିମାନା ବାବଦକୁ ଟ ୪,୩୯,୫୦୦/- ଙ୍କା (ଚାରିଲକ୍ଷ ଅଣଚାଲିଶ ହଜାର ପଞ୍ଚଶହ) ଟଙ୍କା ଆଦାୟ ହୋଇଛ l ଏହି ଲୋକଅଦାଲତ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧକ୍ଷ ତଥା ଜିଲ୍ଲା ଦୌରା଼ ଜଜ ଶ୍ରୀ ମଳୟ ରଞ୍ଜନ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ଥାୟୀ ଲୋକଅଦାଲତର ଅଧକ୍ଷ ହିମାଂଶୁ ଶେଖର ବ୍ରହ୍ମା, ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ, ରେଜିଷ୍ଟ୍ରର ଶ୍ରୀମତୀ ପ୍ରତିମା ପାତ୍ର, ବରିଷ୍ଠ ଦଣ୍ଡlଧିକାରୀ ମନୋରଞ୍ଜନ ଦାସ, ବରିଷ୍ଠ ଦିୱା୍ନୀ ବିଚାରପତି ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର, ମହିଳା କୋର୍ଟର ବିଚାରପତି ଶ୍ରୀମତୀ ସୋନାଲ ଶର୍ମା,ଅନୁବିଭାଗୀୟ ଦଣ୍ଡlଧୀକାରୀ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ନ୍ୟାୟଧିକାରୀ ଗ୍ରାମ୍ୟନି୍ୟାଳୟ ଶ୍ରୀମତୀ ସୁବାସିନୀ ବେହେରା,ପ୍ରଥମ ଶ୍ରେଣୀ ଦଣ୍ଡଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ, ଶ୍ରୀ ଗୁରିଚରଣ ଜେନlମଣୀ ପ୍ରମୁଖ ଯୋଗଦେଇଥିଲେ l   ରାଜ୍ୟସରକାରଙ୍କର କୋଭି ଗାଇଡଲାଇନ ଅନୁଯାୟୀ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷାକରି ଲୋକମାନେ ଏହି ଲୋକଦାଲତରେ ଅଂଶଗ୍ରହଣ କରିଥିଲେ l

0
0
0
s2sdefault