ହେଡଲାଇନସ୍:

ବିଜେପୁର ଥାନା ଅଧୀନରେ ହତ୍ୟା ଉଦ୍ୟମ ମାମଲାରେ ୩ ଅଭିଯୁକ୍ତଙ୍କୁ ୯ ବର୍ଷ କାରାଦଣ୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ଥାନା ଅଧୀନରେ ୨୦୧୨ ମସିହାରେ ରେଜିଷ୍ଟର୍ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ୩ ଅଭିଯୁକ୍ତଙ୍କୁ ୯ ବର୍ଷ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ଜରିମାନାରେ ଶାସ୍ତି ଶୁଣାଇଛନ୍ତି ମାନ୍ୟବର ଅଦାଲତ।
ଶୁକ୍ରବାର JMFC ସୋହେଲାଙ୍କ ଅଦାଲତରେ ଏହି ରାୟ ଘୋଷଣା ହୋଇଥିଲା। ଦଣ୍ଡିତମାନେ ହେଲେ – ଅମୁଲ୍ୟ ସାହୁ, ମିଥୁନ ସାହୁ ଓ ବିଦ୍ୟାଧର ସାହୁ, ଯେଉଁମାନେ ବିଜେପୁର ଥାନା ଅଧୀନ ଲେମଧର ଗ୍ରାମର ବାସିନ୍ଦା ଏବଂ ବାପ-ପୁଅ।
କେସ୍‌ ନଂ-୨୫୬/୨୮/୧୨/୨୦ ଅନୁସାରେ, ୨୦୧୨ରେ ଗ୍ରାମୀଣ ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଧାରୁଆ କୁରାଢି ସହିତ ଅଭିଯୋଗକାରୀ ଶ୍ରୀପତି ସାହୁଙ୍କୁ ନିଷ୍ଠୁର ଆକ୍ରମଣ କରିଥିଲେ।
ଏହି ମାମଲା IPC ଧାରା 294, 323, 324, 307, 506 ଓ 34 ଅଧୀନରେ ଚାଲିଥିଲା। ଦୀର୍ଘ ଦିନର ଆଇନ ପ୍ରକ୍ରିୟା, ସାକ୍ଷ୍ୟ ଓ ପ୍ରମାଣ ପରେ, ବିଚାରପତି ୩ ଅଭିଯୁକ୍ତଙ୍କୁ ୯ ବର୍ଷ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ଜରିମାନା ଦଣ୍ଡ ଘୋଷଣା କରିଛନ୍ତି।

0
0
0
s2sdefault