ହେଡଲାଇନସ୍:

କିଛିଦିନର ନୀରବତା ପରେ ମୁଣ୍ଡ ଟେକୁଛନ୍ତି ମାଓବାଦୀ : କନ୍ଧମାଳରେ ଗୁଳି ବିନିମୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ : ୨ କମାଣ୍ଡୋ ଆହତ

କନ୍ଧମାଳ/ ବୌଦ୍ଧ (ଶାସକ ପ୍ରଶାସକ) : କନ୍ଧମାଳ ଜିଲ୍ଲା ଗୋଛପଡ଼ା ଥାନା ଅଂଚଳରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ସ୍ୱତବ ଅଭିଯାନ ଚାଲିଥିଲା । ଏହି ଅପରେସନ୍ ଚାଲିଥିବାବେଳେ ଆଜି ସକାଳୁ ହଠାତ୍ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଫଳରେ ୨ଜଣ ଯବାନ୍ ଗୁରୁତର ଆହତ ହୋଇଥିଲେ । ଏହାବ୍ୟତୀତ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ କିଛି ମାଓବାଦୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଦୁଇ ଯବାନଙ୍କୁ ସିଆର୍ପିଏଫ୍, ଏସ୍ଓଜି ଓ ଡିଭିଏଫଙ୍କ  ସହାୟତାରେ ଅପରେସନ୍ ଅଂଚଳରୁ ଉଦ୍ଧାର କରାଯାଇଥିଲା ।

ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଗୋଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି(ଅପରେସନ୍) ଅମିତାଭ ଠାକୁର ଏବଂ ଡିଆଇଜି(ଏସ୍ଆଇଡବ୍ଲ୍ୟୁ) ଅନୁପ କୁମାର ସାହୁ ପ୍ରମୁଖ ମାଓବାଦୀ କାର୍ଯ୍ୟକଳାପର ସମୀକ୍ଷା କରିବାକୁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିଲେ । ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଏବଂ ଦୁଇ ଯବାନଙ୍କ  ଆହତ ହୋଇଥିବା ଖବର ପାଇବା ମାତ୍ରେ ଡିଜିପି ତାଙ୍କ ଗସ୍ତକୁ ତୁରନ୍ତ ବାତିଲ କରିଥିଲେ । ସଙ୍ଗେସଙ୍ଗେ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଇ ପାଦେଲପଡ଼ାରେ ହେଲିକେପ୍ଟର ଅବତରଣ କରିବାକୁ ନିର୍ଦ୍ଦେଶ  ଦେଇଥିଲେ । ଉଦ୍ଧାର କରାଯାଇଥିବା ଆହତ ଦୁଇ ଯବାନଙ୍କୁ 

ଡିଜିପି ଏୟାରଲିଫ୍ଟ   କରି ଭୁବନେଶ୍ୱର ନେଇ ଆସିଥିଲେ । ଆହତ ଯବାନଙ୍କ  ଚିକିତ୍ସା ନିମନ୍ତେ ସାଙ୍ଗରେ ସ୍ଥାନୀୟ ଡାକ୍ତର ମଧ୍ୟ ସାମିଲ ହୋଇଥିଲେ । ବର୍ତମାନ ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ସମ୍ପୃକ୍ତ ଅଂଚଳରେ ଅପରେସନ ଜୋରଦାର କରାଯାଇଛି ।

0
0
0
s2sdefault