ରାୟଗଡରୁ ସରୋଜ କୁମାର ସାହୁ: ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ "ମୋ ସ୍କୁଲ ଅଭିଯାନ" ର ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଛାତ୍ର ସଂସଦ ସଭାପତି ଶ୍ରୀଯୁକ୍ତ ରାଜେଶ୍ କୁମାର ପାଢ଼ୀ , ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୀବ ପାଢ଼ୀ, ବିଦ୍ୟାଳୟର (ଏସ ଏମ ଡି ସି) ସଭ୍ୟ ଶ୍ରୀଯୁକ୍ତ ମନୋଜ କୁମାର ଗନ୍ତାୟତ ଓ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ବହୁ ପ୍ରାକ୍ତନ ଛାତ୍ର ଉକ୍ତ ବୈଠକରେ ଯୋଗଦେଇ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ଆଗାମୀ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ l ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହରିହର ମହାପାତ୍ର, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ପଟ୍ଟନାୟକ ଓ "ମୋ' ସ୍କୁଲ ଅଭିଯାନ" ର ସଂଚାଳିକା ଶିକ୍ଷୟତ୍ରୀ ମିସ୍ ଜ୍ୟୋସ୍ନରାଣୀ ବେହେରା ବିଦ୍ୟାଳୟରେ "ମୋ ସ୍କୁଲ ଅଭିଯାନ" ଅନ୍ତର୍ଗତ ବିଭିନ୍ନ ସମ୍ପୂର୍ଣ୍ଣ ଓ କାର୍ଯ୍ୟ ଚାଲୁ ରହିଥିବା ପ୍ରକଳ୍ପ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ l ସେଥିପାଇଁ ପ୍ରାକ୍ତନ ଛାତ୍ର ସଂସଦ ଓ ବିଦ୍ୟାଳୟ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ସେହିପରି ବିଦ୍ୟାଳୟକୁ କିପରି ଉନ୍ନତ ଭାବେ ଗଢି ହେବ ଏହି ବିଷୟରେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ରାୟଗଡ଼ା ଶ୍ରୀମତୀ ଆନ୍ନାଥେସିଆ କେରକେଟା କିପରି ଲାଇବ୍ରେରୀରେ ବ୍ୟବହାର କରିବା ନେଇ ବିସ୍ତୃତ ବିବରଣୀ ଦେଇ ଥିଲେ।। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉକ୍ତ ଭର୍ଚୁଆଲ ବୈଠକରେ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ l
ରାଜ୍ୟ
ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ "ମୋ ସ୍କୁଲ ଅଭିଯାନ" ବୈଠକ ଅନୁଷ୍ଠିତ
- Hits: 356








