ତେରାପନ୍ଥ ଜୈନ ଭବନରେ ସାମ୍ବାଦିକ ସମ୍ମିଳନୀ ।
ଟିଟିଲାଗଡ଼ /ଗୌରବ ଦର୍ଜୀ : ଆଜି ଟିଟିଲାଗଡ ତେରାପନ୍ଥ ଜୈନ ଭବନ ରେ ଜୈନ ମୁନି ଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁନି ଜିନେଶ କୁମାରକୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ ଜୈନ ମୁନି ମାନଂକ ପଦଯାତ୍ରା ଜୀବନର ବ୍ରତ ହେବା ସହ ସାଧୁଚର୍ଯ୍ୟର ଅଭିନ୍ନ ଅଙ୍ଗ ଅଟେ । ଜୈନ ମୁନି ମାନଂକ ପାଖରେ କୌଣସି ବ୍ୟାଙ୍କ ବାଲାନ୍ସ କିମ୍ବା ଘର ନ ଥିବା କହିଛନ୍ତି । ବର୍ତ୍ତମାନ ତାଙ୍କ ଗୁରୁଙ୍କ ନିର୍ଦ୍ଦେଶ ରେ ସେ ଓ ତାଙ୍କ ଦୁଇ ଶିଷ୍ୟ କଲାହାଣ୍ଡି ଜିଲ୍ଲା କେସିଙ୍ଗାରେ ୪ ମାସ ଚତୁର୍ମାସ ବାସ କରିବେ । ୮ ମାସ କାଳ ବିଭିନ୍ନ ସ୍ଥାନ ବିଚରଣ କରିଥାନ୍ତି । ବର୍ଷା ମାସରେ ହିଂସାକୁ ଏଡ଼ାଇବା ପାଇଁ ଗୋଟିଏ ସ୍ଥାନରେ ରହି ଜନମାନସକୁ ପ୍ରବଚନ ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଧର୍ମ ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଥିବା କହିଛନ୍ତି । ସେମାନେ ଯେଉଁ ଠାରେ ଗଲେ ମଧ୍ୟ ନିଜ ସାଧନାକୁ ଭୁଲି ନ ଯାଇ ସମାଜ ଓ ଜୀବନର ବିକାଶ ପାଇଁ କାର୍ଯ୍ୟ କରିଥାନ୍ତି । ଅହିଂଶା , ସଂଯମ , ସମବେଦନା , ସନ୍ତୋଷ, ସଦାଚାର , ସହିଷ୍ଣୁତା ଆଦି ଧର୍ମର ଅଙ୍ଗ ବୋଲି କହିଛନ୍ତି । ଧନ , ମାନସିକ ଯନ୍ତ୍ରଣା , ସତ୍ତାର ନିଶା , ନିଶା ସେବନ , ଇର୍ଷା , ଶତ୍ରୁତା ଆଦିରୁ ହିଂଶା ଜନ୍ମ ନେଇଥାଏ । ସେଥିପାଇଁ ଅହିଂସା ରୂପୀ ଶସ୍ତ୍ର ରେ ହିଂସା କୁ ହରାଇବା ଆବଶ୍ୟକତା ରହିଥିବା କହିଛନ୍ତି । ଯେଉଁ ବ୍ୟକ୍ତି ଠକାମି କରେ ସେ ଭଷ୍ଟାଚାରକୁ ପ୍ରୋତ୍ସାହନ ଦେଇଥାଏ । ଠକୁଥିବା ବ୍ୟକ୍ତି କେବେ ମଧ୍ୟ ଦୁଃଖରୁ ମୁକ୍ତି ପାଇ ନଥାଏ । ଆଚାର୍ଯ୍ୟ ତୁଲସୀ ଏବଂ ଆଚାର୍ଯ୍ୟ ମହାପ୍ରଜ୍ଞଙ୍କ ଜୀବନ ବିଜ୍ଞାନ ସମଗ୍ର ସମାଜ ପ୍ରତି ଏକ ବିରାଟ ଅବଦାନ ରହିଛି । ଛୋଟ ଛୋଟ ନିୟମକୁ ଅନୁସରଣ କଲେ ବ୍ୟକ୍ତି ମହାନତା ପ୍ରାପ୍ତ କରିଥାଏ ବୋଲି ମୁନିଶ୍ରୀ କହିଥିଲେ। ପ୍ରାଚୀନରେ ଭାରତକୁ ସୁନାର ପକ୍ଷୀ ବୋଲି କହାଯାଉଥିଲା । ଏହି ସଜ୍ଞାକୁ ଫେରିବାକୁ ହେଲେ ଉପରୋକ୍ତ ନିତୀ ଆଦର୍ଶକୁ ଅନୁସରଣ କରିବା ନିହାତି ଆବଶ୍ୟକ ବୋଲି କହି ସମ୍ପ୍ରଦାୟର ଉର୍ଦ୍ଧକୁ ଯାଇ ଚରିତ୍ର ନିର୍ମାଣ , ନୈତିକ ମୂଲ୍ୟବୋଧର ବିକାଶ କରିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ବିଶେଷକରି ସେ ସାମ୍ବାଦିକଙ୍କୁ କହିଲେ ଯେ ନିଜ ମଧ୍ୟ ରେ ଉଦାର ମନୋଭାବ ରଖିବା ଉଚିତ । ଲୋକତନ୍ତ୍ର ଚାରି ଗୋଟି ସ୍ତମ୍ଭ ମଧ୍ୟରେ ସାମ୍ବାଦିକତା ଏକ ଅନ୍ୟତମ ସ୍ତମ୍ଭ । ଏଣୁ ଲୋଭର ବଶବର୍ତ୍ତୀ ନହୋଇ ନିକ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିଲେ ସାମ୍ବାଦିକ ସମାଜର ବିକାଶରେ ସହାୟକ ହୋଇ ପାରିବ ବୋଲି ମତ ଦେଇଥିଲେ । ଏହି ଅବସରରେ ମୁନ କୃଣାଳ କୁମାରଜୀ , ତେରାପନ୍ଥ ସଭାଦ୍ୟକ୍ଷ ସୁରେନ୍ଦ୍ର ଜୈନ , ଉପଦେଷ୍ଠା ପ୍ରେମଚନ୍ଦ ଜୈନ , ସଭାପତି ମନୋଜ କୈନ , ବାବୁଲାଲ ଜୈନ ପ୍ରମୁଖ ଉପସ୍ଥିତ ଅଲେ ।ନୈତିକତାର ମୂଲ୍ୟବୋଧ , ନିଶାମୁକ୍ତି , ସଦ୍ଭାବନା , ଅଣୁବ୍ରତ , ସହିଷ୍ଣୁତା ଓ ବିକଶିତ ହେଲେ ମଣିଷ ତଥା ଦେଶର ବିକାଶ ହେବ ବୋଲି ଜୈନ ତେରାପନ୍ଥି ଧର୍ମସଂଘର ଆଚାର୍ଯ୍ୟ ମହାଶ୍ରମଣଜୀଙ୍କ ଶିଷ୍ୟ ମୁନି ଜିନେଶ କୁମାରଜୀ ଓ ମୁନି ପରମାନନ୍ଦଜୀ ଆଜି ଆୟୋଜିତ ସାମ୍ବାଦିକ ସମିଳନୀରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ।