ହେଡଲାଇନସ୍:

ଉଭୟ ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ସାଇକେଲ ରାଲି  ମାଧ୍ୟମରେ ବିକ୍ଷୋଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର/ନିରୋଜ ମିଶ୍ର :  କେନ୍ଦ୍ରର ଜନ ମାରଣା ନୀତି ବିରୁଦ୍ଧରେ ସାରା ରାଜ୍ୟ ସମେତ ବଲାଙ୍ଗୀର ସମସ୍ତ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ, ବ୍ଲକ କଂଗ୍ରେସ ତରଫରୁ ବିକ୍ଷୋଭ,ଆନ୍ଦୋଳନ ଓ ଧାରଣା ପଦର୍ଶନ ବିଗତ ଦିନରୁ ସରିଥିବା ବେଳେ କୌଣସି ପ୍ରକାର ସହାନୁଭୂତି କି ସୁବିଚାର ଭଳି ଦୃଶ୍ୟମାନ ନ ହେବାରୁ ଆଜି ପୁଣି ବଲାଙ୍ଗୀର ଜିଲ୍ଲା କଂଗ୍ରେସ,ବ୍ଲକ କଂଗ୍ରେସ,ଓ ମହିଳା କଂଗ୍ରେସ ର ଶତାଧିକ କର୍ମୀ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କୁ ତୀବ୍ରତର କରିବା ସହ ସହର ମଧ୍ୟରେ ଉଭୟ ସରକାର ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ନାରା ବାଜି କରିଛନ୍ତି।ଫଳରେ ସହର ମଧ୍ୟରେ ମାହୋଲ ସରଗରମ ରହିଛି।ତେବେ ଏଠି ସୂଚିତ ଥାଉ ଉଭୟ ସରକାରଙ୍କ ଦର ବୃଦ୍ଧି ନୀତି କୁ ନେଇ ସାରା ରାଜ୍ୟରେ ଦିନକୁ ଦିନ ହାଁ ହାଁକାର ପରିସ୍ଥିତି  ମଧ୍ୟସୃଷ୍ଟି ହୋଇଆସୁଥିବାବେଳେ ସମସ୍ତ ଙ୍କ ଦୈନଦିନ ବ୍ୟବହାର ସାମଗ୍ରୀ ଆକାଶଛୁଆଁ ରହିଛି।ଯାହାକୁ ନେଇ ଜନ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଥିବା ଦୃଶ୍ୟମାନ ହେଉଛି।ତେବେ ଏହାର ପ୍ରତିବାଦ ରେ ଆଜି ଜିଲ୍ଲା କଂଗ୍ରେସ ଆନ୍ଦୋଳନ କୁ ଓଲ୍ଲାଇଛି।ଏବଂ ନଗର କଂଗ୍ରେସ ସଭାପତି ବୁଲୁଦାନୀ ଙ୍କ ନେତୃତ୍ୱରେ ବଲାଙ୍ଗୀର କଂଗ୍ରେସ କାର୍ଯ୍ୟଳୟ ପରିସରରୁ ଶତାଧିକ କଂଗ୍ରେସ କର୍ମୀ ସାଇକେଲ ରେଲି ମାଧ୍ୟମରେ ସହର ପରିକ୍ରମା କରିବା ସହ ଜିଲ୍ଲା ପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।ଯେଉଁଥିରେ ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ,ଖାଇବା ତେଲ ର ଦର ଦାମ କମ କରିବା କୁ ନେଇ ଆନ୍ଦୋଳନ ଜାରି ରହିଛି। ସେପଟେ ମହିଳା କଂଗ୍ରେସର ଶତାଧିକ ମହିଳା କର୍ମୀ ମଧ୍ୟ ରାଜରାସ୍ତାକୁ ଓଲ୍ଲାଇଛନ୍ତି।ଓ ଆନ୍ଦୋଳନ କୁ ତୀବ୍ରତର ରୂପ ଦେଇଛନ୍ତି।ଯେଉଁଥିରେ ଆଜି ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ରନ୍ଧନ ଗ୍ୟାସ ରଖିବା ସହ ଉଭୟ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତଳନ କରିଛନ୍ତି। ଯାହା ଏହି ଦୁଇ ସରକାର ବଲାଙ୍ଗୀର ଜିଲ୍ଲା ସହ ଏଠିକାର ଜନସାଧାରଣ ଙ୍କ ପ୍ରତି ବୈମାତୃକ ମନୋଭାବ ରଖି ଶୋଷଣ ପ୍ରକିୟା ଜାରି ରଖିଛନ୍ତି।ଯାହା ଆମେ କେବେ ବରଦାସ୍ତ କରିବୁ ନାହିଁ କି ସହ୍ୟ ମଧ୍ୟ କରିବୁ ନାହିଁ ବୋଲି ଜିଲ୍ଲା ମହିଳା  କଂଗ୍ରେସ ସଭାନେତ୍ରୀ ମିଳନୀ ସାହୁ ନିଜ ମତବ୍ୟକ୍ତ କରିଛନ୍ତି।ଏବଂ ଯଥାଶୀଘ୍ର ହୁଁ ହୁଁ ହୋଇ ବଢୁଥିବା ସାମଗ୍ରୀ ର ଦରଦାମ ହ୍ରାସ ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଉଭୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବି ପତ୍ର ଉପସ୍ଥାପନ କରିଛନ୍ତି।ଏବଂ ଉଭୟ ସରକାରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି    ବଲାଙ୍ଗୀର ଜିଲ୍ଲାବାସୀ ଙ୍କ ପ୍ରତି ଯଦି ମାତୃକ ମନୋଭାବ ନ ରଖନ୍ତି ତେବେ ଏହି ଆନ୍ଦୋଳନ ଜନ ଆନ୍ଦୋଳନ ରେ ପରିଣତ ହେବ ଓ ସହର ସହ ଜିଲ୍ଲା ମଧ୍ୟରେ ନିଆଁ ଜଳିବ ଏବଂ ଯାହା ପରିସ୍ଥିତି ସୃଷ୍ଟି ହେବ। ଉଭୟ ସରକାର ଦାୟୀ ରହିବେ ବୋଲି କଂଗ୍ରେସ ଆନ୍ଦୋଳନ କାରୀ  କର୍ମୀ ଚେତାବନୀ  ଦେଇଛନ୍ତି।

0
0
0
s2sdefault