ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ରକ୍ତଭଣ୍ଡାର ରେ ଅଗ୍ନିକାଣ୍ଡ । ଇଲେକ୍ଟ୍ରିକ୍ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଆଜି ସକାଳ ୭ଟା ୩୦ମିନିଟ ସମୟରେ କମ୍ପ୍ୟୁଟର ରୁମ ରେ ଧୁଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ କର୍ମଚାରୀ । ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ସର୍ଟସର୍କିଟ୍ ଯୋଗୁଁ ଲାଗିଥିବା ନିଆଁରେ ରକ୍ତଭଣ୍ଡାର ରେ ଲାଗିଥିବା A/C , କମ୍ପ୍ୟୁଟର ଓ କିଛି ଆସବାବପତ୍ର ପୋଡିଯାଇଥିବା ଜଣାପଡିଛି । ତେବେ ରକ୍ତଭଣ୍ଡାରରେ ରକ୍ତ ରହୁଥିବା ସ୍ଥାନରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।
ରାଜ୍ୟ
ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ
- Hits: 365