ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) : ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଖପ୍ରାଖୋଲ ବ୍ଳକ ବିଜେପି ପକ୍ଷରୁ ଖପ୍ରାଖୋଲ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଓଡ଼ିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ସମିର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ଡାକରା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ନବୀନ ବିଜେଡ଼ି ସରକାର କରିଥିବା ହଜାରେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମହାଦୂର୍ନିତୀର ମହାଖୁଲାସା ହେବା ପରେ ଆଜି ଖପ୍ରାଖୋଲ ବ୍ଳକ ଘେରାଉ କରାଯାଇଥିଲା । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖପ୍ରାଖୋଲ ବ୍ଲକ ବିଡିଓଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ବିଗତ ଦିନ ମାନଙ୍କରେ ହୋଇ ଥିବା ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ଆବଣ୍ଟନ କାର୍ଯ୍ୟକ୍ରମରେ ବ୍ୟାପକ ଭ୍ରଷ୍ଟାଚାର ଓ ଅନିୟମିତତାର ବହୁତ ଉଦାହରଣ ଖପ୍ରାଖୋଲ ବ୍ଳକରେ ଅଛି ବୋଲି ଆଜି ଖପ୍ରାଖୋଲ ବ୍ଲକ ବିଜେପି ପକ୍ଷରୁ ଉପସ୍ଥାପନା ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ରାଜ୍ୟସରକାର ଘର ଯୋଗାଇ ଦେଉ ବୋଲି ପୂର୍ବତନ ବିଜେପିର ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦାବୀ କରିଥିଲେ ।
ଏହି ଘେରାଉରେ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣମାସୀ ବରିହା , ସାଂସଦ ପ୍ରତିନିଧି କରମ ସିଂ ଠାକୁର , ବରିଷ୍ଠ ବିଜେପି ନେତା ସତ୍ୟ ସେନ୍ଦ୍ରିଆ , ଜିଲ୍ଲା ପରିଷଦ ସଭ୍ୟ ବିପ୍ରଚରଣ ବିଶି , ଜ୍ୟୋତ୍ସ୍ନାମୟୀ ସାହୁ ,ଦେବ କାନ୍ତ ପାଣିଗ୍ରାହୀ ,ସତିରାମ ବାଗ , ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ ,ଶଶୀ ପୂଝାରୀ ,ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ , ପ୍ରମୁଖ ଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ !!!!