ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ।
ଟିଟିଲାଗଡ଼, ( ଗୌରବ ଦର୍ଜୀ)- ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦ୍ବାରା ଯୋଗାଇ ଦେଇଥିବା ୨୬ ଲକ୍ଷ ରୁ ଉର୍ଦ୍ଧ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ଟିଟିଲାଗଡ ଭାଜପା । ଆଜି ଟିଟିଲାଗଡ଼ ଭାଜପା ର ସଦସ୍ୟ ତଥା ବଲାଙ୍ଗୀର ସାଂସଦ ସଙ୍ଗୀତ ସିଂ ଦେଓ ଙ୍କ ନୋମିନି ମୁକେଶ ଜୈନ ଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ପ୍ରଧାନ ମନ୍ତ୍ରୀ ଆବାସ ଗୃହ ର ହିତାଧିକାରୀ ମାନେ ଓ ଭାଜପା ସଦସ୍ୟ ମାନେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖୀନ ରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ସହ ଧାରଣା ଦେଇଥିଲେ। ଟିଟିଲାଗଡ଼ ବ୍ଳକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜନସଂଖ୍ୟା ବହୁତ ଅଧିକ ଥିବା ସତ୍ତ୍ୱେ ସେହି ପରିବାର ଗୁଡ଼ିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ରହିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାପାଇଁ ଯୋଗ୍ୟ ହିତାଧିକାରୀ ନାହାନ୍ତି ବୋଲି ଟିଟିଲାଗଡ଼ ବ୍ଳକ ରୁ ୨୫୦୦ ଘର ଫେରସ୍ତ କରିଦିଆଯାଇଥିବା ଭାଜପା ସୂଚନା ଦେଇ ବିଡିଓ ଙ୍କୁ ପ୍ରଶ୍ନ କରିଛନ୍ତି କାହିଁକି ଏ ପରି ଭୁଲ ତଥ୍ୟ ପ୍ରଦାନ କରାଯାଇଛି । କଥା ଧନୀ ଶ୍ରେଣୀ ର ଲୋକମାନେ ଲାଞ୍ଚ ଦେଇ ଦୁଇଟି-ତିନୋଟି ଘର ପାଇ ସାରିଥିବା ବେଳେ ଗରିବ ଲୋକମାନେ ଲାଞ୍ଚ ଦେବାପାଇଁ ଅସମର୍ଥ ହେବାରୁ ଘର ଟିଏ ପାଇବା ସାତ ସପନ ପାଲଟିଥିବା ଅଭିଯୋଗ କରିଛନ୍ତି । ଦେଢ଼ ବର୍ଷ ପୂର୍ବରୁ ବ୍ଲକ ଅଫିସ ଓ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଅଫିସ ରେ ଗୋଟିଏ ଗୋଟିଏ ଆବେଦନ ବାକ୍ସ ରଖା ଯାଇଥିଲା । ସେଥିରେ ଅନେକ ହିତାଧିକାରୀ ମାନେ ଆବେଦନ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କେଉଁ ପଞ୍ଚାୟତ ରେ କେତେ ଯୋଗ୍ୟ ହିତାଧିକାରୀ ଚୟନ ହେଲେ ତାହାର ଏପର୍ଯ୍ୟନ୍ତ ତାର କୌଣସି ତାଲିକା ବାହାରି ନଥିବା ର କାରଣ ପଚାରିଥିଲେ ଟିଟିଲାଗଡ ବିଡିଓ ଙ୍କୁ । ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଓଡ଼ିଶାକୁ ଆଠ ଲକ୍ଷ ସତର ହଜାର( ୮୧୭୦୦୦ ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଇଛନ୍ତି । କିନ୍ତୁ ସେଥିରେ ଟିଟିଲାଗଡ଼ ବ୍ଳକ ତଥା ପଶ୍ଚିମ ଓଡ଼ିଶାର କୌଣସି ତାଲିକା ନ ଥିବା ଅଭିଯୋଗ କରିଛନ୍ତି ଭାଜପା ର ସଦସ୍ୟ ମାନେ । ଗରିବ ଲୋକମାନଙ୍କ ପାଇଁ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗେଇ ଦେବା ବ୍ୟବସ୍ଥା ଥିବା ବେଳେ ଦାୟିତ୍ୱରେ ସରକାରୀ ଅଧିକାରୀ ମାନେ ଗୋଟିଏ ଘରକୁ କୋଡ଼ିଏ ରୁ ତିରିଶ ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟାଦେଶ ଜାରି କରୁଥିବା ଅଭିଯୋଗ କରିଛନ୍ତି। ଅନେକ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ଦିଆଯାଉଛି ।ଯଦି ତାଙ୍କର ଘର ତିଆରି କରିବା ପାଇଁ ଜାଗା ନାହିଁ ତାଙ୍କୁ ରାଜ୍ୟ ସରକାର ଚାରି ଡେସିମିଲ ଜାଗା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଅନେକ ଲୋକ କାର୍ଯ୍ୟାଦେଶ ପାଇ ମଧ୍ୟ ଘର ତିଆରି କରି ପାରୁନାହାନ୍ତି । ତୁରନ୍ତ ତାଙ୍କୁ ଚାରି ଡେସିମିଲ ଜାଗା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି। ଟିଟିଲାଗଡ ବିଡିଓ ନବୀନ ନାୟକ ଭାଜପା କାର୍ଯ୍ୟକର୍ତ୍ତା ମାନଂକ ପାଖକୁ ଆସି ତାଙ୍କର ପ୍ରତ୍ୟେକ ପ୍ରଶ୍ନ ର ଉତ୍ତର ଦେବା ପାଇଁ ଚେଷ୍ଟା କରି କହିଥିଲେ ଭାଜପା ର ଅଭିଯୋଗ ଗୁଡ଼ିକ ତାଙ୍କ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବାରୁ ଅବଗତ ନାହାନ୍ତି। ଆଗକୁ ତଦନ୍ତ କରି ଦୋଷୀ ସାବ୍ୟସ୍ତ ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଭାଜପା ର ସଦସ୍ୟ ଙ୍କ ପ୍ରଶ୍ନ ଓ ବିଡିଓ ଙ୍କ ଉତ୍ତର ମଧ୍ୟରେ ଅନେକ ତର୍କ ବିତର୍କ ଚାଲିଥିବା ଦେଖିବାକୁ ମିଳିଥିଲା। ଉପରୋକ୍ତ ଦାବୀ ଗୁଡ଼ିକ ପୂରଣ ନ ହେଲେ ଭାରତୀୟ ଜନତା ପାର୍ଟ ଟିଟିଲାଗଡ଼ ରାଜ ରାସ୍ତାକୁ ଓହ୍ଲାଇବ ତାର ଦାୟୀ ବ୍ଲକ ପ୍ରଶାସନ ହେବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି ଧାରଣା ରେ ରେ ଭାଜପା ର କର୍ମକର୍ତ୍ତା ନରସିଂହ ସିଂ, କୁନା ଭାଟି, ଗୁଳାପ ସୋନି, ନିମାଇ ଚରଣ ବେହେରା, ସୁଶାନ୍ତ ବନଛୋର୍, ଜିବର୍ଦ୍ଧନ ଖର୍ସେଲ, ବିପିନ ଠାକୁର, ବିଦୁର ବେହେରା, ଜଗତ କିଶନ ସାହୁ, ରବୀନ୍ଦ୍ର ସାହୁ, ରାଜେଶ୍ ଅଗ୍ରୱାଲ, ରାଜୁ ରାଓ, ଲିଙ୍ଗରାଜ ନାୟକ, ନରସିଂହ ସୁନା, ସାଗର ପଟେଲ, ରମାକାନ୍ତ ରଣା, ସୁରେନ୍ଦ୍ର ସାହୁ, ରାଧାକାନ୍ତ ନାଗ, ସନ୍ତୋଷ ମାଝୀ, ତେଜରାଜ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।